ଜୟପୁରରୁ କୁମ୍ଭମେଳାକୁ ଗଡିବ ବସ୍ ; ଜାନୁଆରୀ ୨୭ରୁ ଫେବୃଆରୀ ଯାଏଁ ଯିବେ ତୀର୍ଥଯାତ୍ରୀ

Advertisment

କୁମ୍ଭ ମେଳାକୁ ଗଡ଼ିବ ସରକାରୀ ଗାଡ଼ି । ଜୟପୁରରୁ ଛତିଶଗଡ଼ ହୋଇ ପ୍ରୟାଗରାଜକୁ ଯିବ ସ୍ୱତନ୍ତ୍ର ବସ୍ । ଜାନୁଆରୀ ୨୭ରୁ ଫେବୃଆରୀ ୨୪ ତାରିଖ ପର୍ୟ୍ୟନ୍ତ ୫ଟି ଟ୍ରିପ୍‌ରେ ଯିବେ ଶ୍ରଦ୍ଧାଳୁ 

କୁମ୍ଭ ମେଳାକୁ ଗଡ଼ିବ ସରକାରୀ ଗାଡ଼ି । ଜୟପୁରରୁ ଛତିଶଗଡ଼ ହୋଇ ପ୍ରୟାଗରାଜକୁ ଯିବ ସ୍ୱତନ୍ତ୍ର ବସ୍ । ଜାନୁଆରୀ ୨୭ରୁ ଫେବୃଆରୀ ୨୪ ତାରିଖ ପର୍ୟ୍ୟନ୍ତ ୫ଟି ଟ୍ରିପ୍‌ରେ ଯିବେ ଶ୍ରଦ୍ଧାଳୁ 

Jaypur to prayagraj

Jaypur to prayagraj Photograph: (kanakNews)

କନକ ବ୍ୟୁରୋ: କୁମ୍ଭ ମେଳାକୁ ଗଡ଼ିବ ସରକାରୀ ଗାଡ଼ି। ପ୍ରଥମ ଥର ପାଇଁ ଜୟପୁରରୁ ପ୍ରୟାଗରାଜକୁ ସରକାରଙ୍କ ସ୍ୱତନ୍ତ୍ର ବସ ଗଡ଼ିବ। ଜାନୁଆରୀ ୨୭ରୁ ଫେବୃଆରୀ ୨୪ ତାରିଖ ପର୍ୟ୍ୟନ୍ତ ୫ଟି ଟ୍ରିପ୍ ରହିବ। ଗୋଟିଏ ଟ୍ରିପରେ ୫ ଦିନର ଯାତ୍ରା କରାଯିବ। ବସରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହିବା ସହ ୪ଜଣ ସରକାରୀ କର୍ମଚାରୀ ରହିବେ। ଜୟପୁର ଠାରୁ ଛତିଶଗଡ଼ ହୋଇ ଏହି ବସ୍ ପ୍ରୟାଗରାଜରେ ପହଞ୍ଚିବା ପରେ ଅଯୋଧ୍ୟାରେ ଏହାର ଶେଷ ପଏଣ୍ଟ ରହିବ। 

ପୂର୍ବରୁ ରାଜ୍ୟର ୪ ସହରରୁ ପ୍ରୟାଗରାଜକୁ ଚାଲୁଛି ସ୍ପେଶାଲ୍ ବସ୍ । କୁମ୍ଭ ମେଳା ଦେଖି ଯିବାକୁ ସ୍ଵତନ୍ତ୍ର ବସ୍ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ ।  ଏହି ବସ୍ ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଯାଉଛି। ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ରହିଛି । ବସ୍ ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe