ପେନସିଲ୍ ଧରିପାରୁନଥିଲେ, IES ଅଫିସର ହୋଇ ସମସ୍ତଙ୍କୁ ଚମକାଇଦେଲେ

Advertisment

ଶରୀରର ଅକ୍ଷମତା ଯୋଗୁଁ ପିଲାଦିନେ ପେନସିଲ ବି ଧରିପାରୁନଥିଲେ । କିନ୍ତୁ ମା’ଙ୍କ ନିଷ୍ଠା ଏବଂ ପରିଶ୍ରମ ତାଙ୍କୁ ବାଟ କଢ଼େଇଲା ।ଅନେକ ଅକ୍ଷମତା ପରେ ବି ସେ ସକ୍ଷମ ହୋଇ ଆଇଆଇଟି ପରି ଅନୁଷ୍ଠାନରେ ବିଟେକ୍ କଲେ ଆଉ ତା ପରେ UPSCରେ IES ପାଇଲେ ଉତ୍ତମପ୍ରଦେଶ ବୁଲନ୍ଦସହରର ମାନବେନ୍ଦ୍ର ସିଂ...

ଶରୀରର ଅକ୍ଷମତା ଯୋଗୁଁ ପିଲାଦିନେ ପେନସିଲ ବି ଧରିପାରୁନଥିଲେ । କିନ୍ତୁ ମା’ଙ୍କ ନିଷ୍ଠା ଏବଂ ପରିଶ୍ରମ ତାଙ୍କୁ ବାଟ କଢ଼େଇଲା ।ଅନେକ ଅକ୍ଷମତା ପରେ ବି ସେ ସକ୍ଷମ ହୋଇ ଆଇଆଇଟି ପରି ଅନୁଷ୍ଠାନରେ ବିଟେକ୍ କଲେ ଆଉ ତା ପରେ UPSCରେ IES ପାଇଲେ ଉତ୍ତମପ୍ରଦେଶ ବୁଲନ୍ଦସହରର ମାନବେନ୍ଦ୍ର ସିଂ...

Mahendra singh

Mahendra singh Photograph: (KanakNews)

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବୁଲନ୍ଦସହରର ବାସିନ୍ଦା ମାନବେନ୍ଦ୍ର ସିଂହ । ଅତି ଛୋଟ ହୋଇଥିଲେ  ମାନବେନ୍ଦ୍ର , ବାପା ମନୋଜ କୁମାର ଆରପାରିକୁ ଚାଲିଗଲେ । ସେବେଠୁ ପୁଅ ମାନବେନ୍ଦ୍ରଙ୍କ ଦେହ ଖରାପ ହେଲା ଏବଂ ତାଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଲା  । ବୟସ ସହ ତାଙ୍କ ମାନସିକ ବିକାଶ ଓ ଶାରୀରିକ ବିକାଶ ଧୀମେଇଗଲା  । ପାଠପଢ଼ିବା ବୟସରେ ପେନସିଲଟେ ବି ହାତରେ ଧରିବାକୁ ସମର୍ଥ ନଥିଲେ ମାନବେନ୍ଦ୍ର ।  ସ୍ବାମୀଙ୍କୁ ହରାଇ ଅବସାଦରେ ଥିବା ମାଆ ରେଣୁ ସିଂ କିନ୍ତୁ ପୁଅର ଏଭଳି ଅବସ୍ଥାରେ ଧୈର୍ଯ୍ୟହରା ହୋଇନଥିଲେ ବରଂ ନିଜ ମନଟାଣ କରି ପୁଅ ପାଇଁ ନିଜକୁ ମଜଭୁତ କଲେ । 

ସ୍ବାମୀଙ୍କ ଚାଲିଯିବା ପରେ ପରିବାରକୁ ଆର୍ଥିକ ସଙ୍କଟ ଘାରୁଥିବାବେଳେ ବି ଏକ ସ୍କୁଲରେ ପ୍ରିନ୍ସିପାଲ ଭାବେ କାମ କରୁଥିବା ରେଣୁ ସିଂ ପୁଅ ପାଇଁ ସବୁ ଦୁଃଖ ଆଉ ସମସ୍ୟାକୁ ଆଡ଼େଇଦେଲେ  ।  ନିଜର ସୀମିତ ଅର୍ଥରେ ପୂରା ପରିବାରର ଦାୟିତ୍ବ ନେବା ସହ ପୁଅର ପଢ଼ା ଉପରେ ପୂରା ଫୋକସ୍ କଲେ । ପୁଅ ପାଖରେ ଛାଇ ଭଳି ରହୁଥିଲେ । ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଯୋଗୁଁ ପୁଅ ମାନବେନ୍ଦ୍ର ଦଶମ ପାସ୍ କରିବା ପରେ ବୁଲନ୍ଦସହର ମଡର୍ଣ୍ଣ ପବ୍ଲିକ୍ ସ୍କୁଲରୁ ଦ୍ବାଦଶ ପାସ୍ କଲେ ଜେଇଇରେ ସର୍ବଭାରତୀୟ ସ୍ତରରେ ୬୩ ତମ ରାଙ୍କ ରଖି ଆଇଆଇଟି ପାଟନାରେ ବିଟେକ୍ ପଢ଼ିଲେ   ବିଟେକ୍ ପରେ ୟୁପିଏସସି -IES  ପାଇଁ ପ୍ରସ୍ତୁତି କଲେ । ଏଥିରେ ପ୍ରଥମ ପ୍ରୟାସରେ ହିଁ ସଫଳ ହେଲେ ।

ଅଧିକ ପଢନ୍ତୁ : ମା’ ବହି ପଢି ଶୁଣାନ୍ତି, ପୁଅ ଶୁଣି ମନେ ରଖେ । ଆଇଏଏସ୍ ରବି ରାଜଙ୍କ ଭିନ୍ନ ସଂଘର୍ଷ କାହାଣୀ

ପୁଅ ମାନବେନ୍ଦ୍ରଙ୍କ  ସଫଳତା ପ୍ରକୃତରେ ମା’ରେଣୁ ସିଂଙ୍କ ସଫଳତା , ତାଙ୍କ ଜୀବନର ଚରମ ଉତ୍କର୍ଷ ଥିଲା। ତାଙ୍କ ଦୀର୍ଘ ବର୍ଷର ତପସ୍ୟାର ସିଦ୍ଧି । ପୁଅର ସଫଳତାର ଖବରରେ ତାଙ୍କ ଆଖିରୁ ଲୁହ ଝରିଥିଲା , ପୂରା ପରିବାର ଖୁସି ହୋଇଥିଲା କିନ୍ତୁ ଏ ଖୁସି ସବୁଠାରୁ ଅଲଗା ଥିଲା, କାରଣ ସଂଘର୍ଷ ପରେ ସଂଘର୍ଷକୁ ବାଟ କାଟି ସଫଳତା ପାଇବାର ସୁଖ ପ୍ରକାଶ କରିବା କଷ୍ଟ ଥିଲା  । କାରଣ ମାନବେନ୍ଦ୍ରଙ୍କ ପରି ପୁଅ ଆଇଆଇଟି , ପରେ ୟୁପିଏସସିରେ ସଫଳ ହେବା ଅସମ୍ଭବ ସମ୍ଭବ ହେବା ସହ ସମାନ ଥିଲା । 

ପୁଅର ସଫଳତାରେ ମା’ ରେଣୁ ସିଂ ଯେମିତି ନିର୍ବାକ ହୋଇଯାଇଥିଲେ । କାହାରି ଶରୀରିକ ଅକ୍ଷମତା ଯେ ଜୀବନ ବାଟରେ ବାଧକ ନୁହେଁ ଏହାକୁ ରେଣୁ ସିଂ ପ୍ରମାଣ କରି ଦେଖାଇଲେ । ଖାଲି ସେତିକି ନୁହେଁ ଯେଉଁମାନେ ଅସଫଳ ହେବା ପରେ ବା କିଛି ନକରି ଭାଗ୍ୟକୁ ଦୋଷ ଦିଅନ୍ତି ଏବଂ ବିଭିନ୍ନ  ସମସ୍ୟାର ଆଳ ଦେଖାନ୍ତି ସେମାନଙ୍କ ପାଇଁ ମାନବେନ୍ଦ୍ର ହେଉଛନ୍ତି ଜଣେ ଉଚିତ ଉତ୍ତର । 

ମାନବେନ୍ଦ୍ର ସଫଳତାର ପୃଷ୍ଠାରେ ଜଣେ ସିଗ୍ନେଚର ହେଲେ ମା’ ରେଣୁକା ସେ ସିଗ୍ନେଚରର ସ୍ୟାହି , ଆଜି ମାନବେନ୍ଦ୍ରଙ୍କୁ ଯେତିକି ବାହାବା ମିଳୁଛି , ରେଣୁକାଙ୍କୁ ତାଙ୍କ ଧୈର୍ଯ୍ୟ ଓ ନିଷ୍ଠା ପାଇଁ ସେତିକି ଶୁଭେଚ୍ଛା ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe