ପାର୍ବଣ ପାଇଁ ଚଳଚଞ୍ଚଳ ଓଡ଼ିଶା: ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା

Advertisment

ପାର୍ବଣରେ ସମସ୍ତ ଶକ୍ତି ପୀଠ ଚଳ ଚଞ୍ଚଳ। ଆଜିଠୁ ଶକ୍ତିପୀଠରେ ମା'ଙ୍କ ନବରାତ୍ର ପୂଜା। ୯ ଦିନ ଧରି ମା’ଙ୍କ ପାଇଁ ବ୍ରତ ରଖିବେ ଶ୍ରଦ୍ଧାଳୁ। ଅଶ୍ବିନୀ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ ନବରାତ୍ରୀ ପାଳନ କରାଯାଇଯାଏ।

ପାର୍ବଣରେ ସମସ୍ତ ଶକ୍ତି ପୀଠ ଚଳ ଚଞ୍ଚଳ। ଆଜିଠୁ ଶକ୍ତିପୀଠରେ ମା'ଙ୍କ ନବରାତ୍ର ପୂଜା। ୯ ଦିନ ଧରି ମା’ଙ୍କ ପାଇଁ ବ୍ରତ ରଖିବେ ଶ୍ରଦ୍ଧାଳୁ। ଅଶ୍ବିନୀ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ ନବରାତ୍ରୀ ପାଳନ କରାଯାଇଯାଏ।

EFE

କନକ ବ୍ୟୁରୋ: ପାର୍ବଣରେ ସମସ୍ତ ଶକ୍ତି ପୀଠ ଚଳ ଚଞ୍ଚଳ। ଆଜିଠୁ ଶକ୍ତିପୀଠରେ ମା'ଙ୍କ ନବରାତ୍ର ପୂଜା। ୯ ଦିନ ଧରି ମା’ଙ୍କ ପାଇଁ ବ୍ରତ ରଖିବେ ଶ୍ରଦ୍ଧାଳୁ। ଅଶ୍ବିନୀ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ ନବରାତ୍ରୀ ପାଳନ କରାଯାଇଯାଏ। ଶକ୍ତିପୀଠରେ ମା’ଙ୍କ ନିକଟରେ ବିଧି ଅନୁସାରେ ପୂଜା କରିବା ସହ ଶୁଭ ମୁହୂର୍ତ୍ତରେ ଘଟସ୍ଥାପନା କରାଯାଇଥାଏ। ନବରାତ୍ରୀ ବର୍ଷକୁ ଚାରିଥର ପଡ଼ିଥାଏ। ମାଘ, ଚୈତ୍ର, ଆଷାଢ଼ ଏବଂ ଆଶ୍ବିନ ମାସରେ ନବରାତ୍ରୀ ପଡ଼ିଥାଏ।

ଗଞ୍ଜାମ ତାରାତାରିଣୀ
ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ଚାଲିଛି ମା’ଙ୍କ ନବରାତ୍ର ପୂଜା। ଭୋର ୪ଟାରୁ ମା'ଙ୍କ ଦ୍ବାର ଫିଟା ନୀତି ପରେ ମା'ଙ୍କୁ ଶୈଳପୁତ୍ରୀ ବେଶରେ ସଜ୍ଜିତ କରାଯାଇ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି। ନଅ ଦିନ ଧରି ମା'ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବ। ନବରାତ୍ର ପୂଜା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଭିଡ଼ ଜମାଇଛନ୍ତି। ଶୃଂଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦର୍ଶନାର୍ଥୀଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। 

କଟକ ଚଣ୍ଡୀ
କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୀଠରେ ଚାଲିଛି ଷୋଡଶଦୀନାତ୍ମକ ପୂଜା। ଏହି କ୍ରମରେ ଆଜି ମାଆଙ୍କ ଜଗଦ୍ଧାତ୍ରୀ ବେଶ କରାଯିବ। ସନ୍ଧ୍ୟାରେ ଆଳତୀ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଜଗଦ୍ଧାତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି ମାଆ କଟକ ଚଣ୍ଡୀ। 

ରାମଚଣ୍ଡୀ ଟେମ୍ପଲ
କୋଣାର୍କର ମା, ରାମଚଣ୍ଡୀଙ୍କ ପୀଠରେ ରହିଛି ନିଆରା ପରମ୍ପରା। ମାଆଙ୍କ ପାଖରେ ମାଛ ପୋଡା ଭୋଗ ହେବାର ପରମ୍ପରା ରହିଛି। କୁଶଭଦ୍ରା ନଦୀରେ ଧୀବରମାନଙ୍କ ଜାଲରେ ଯେଉଁ ମାଛ ପ୍ରଥମେ ପଡିଥାଏ ସେହି ମାଛ ମାଙ୍କ ପାଖରେ ଭୋଗ ହୁଏ। ଦିନକୁ ଦୁଇ ଥର ଚଣ୍ଡୀ ପାଠ କରାଯାଏ। କିମ୍ବଦନ୍ତୀ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମଧ୍ୟ ଏଠାରେ ପୂଜାର୍ଚ୍ଚନା କରିଥିଲେ। 

ମା’ ସୁରେଶ୍ବରୀ 
ସୁବର୍ଣ୍ଣପୁରରଇଷ୍ଟ ଦେବୀ ମା’ ସୁରେଶ୍ୱରୀ କାଳୀ ବେଶରେ ଦର୍ଶନ ଦେଉଛନ୍ତି । ମାଙ୍କ ଏହି ବେଶ ଦର୍ଶନ ପାଇଁ ଶକ୍ତିପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । କାଳୀ ବେଶରେ ମାଁଙ୍କୁ ଦର୍ଶନ କଲେ କୋଟି ପୂଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ବଲାଙ୍ଗୀର ସମଲେଇ 
ବଲାଙ୍ଗୀରରେ ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଇ। ମା’ଙ୍କ ଦର୍ଶନ ପାଇଁ ସକାଳୁ ସକଳୁ ମନ୍ଦିରରେ ଭିଡ଼ି ଜମିଛି। ଧୂପ ଦୀପ ଦେଇ ମାଆଙ୍କ  ଆରଧାନା କରିଛନ୍ତି ଭକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe