କନକ ବ୍ୟୁରୋ : ଜଙ୍ଗଲ ସୁରକ୍ଷାରେ ଗଡିବ ୧୩୯ ଗାଡ଼ି । ଜଙ୍ଗଲ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି । ଏହି ଯୋଜନାରେ ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗକୁ ୩ ପ୍ରକାରର ୧୩୯ ଟି ଯାନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।
ଏହି ଯାନ ଗୁଡ଼ିକ ମଧ୍ୟରେ ରହିଛି ୫୧ ଟି ଅଲ-ଟେରେନ୍ ଯାନ, ୪୧ଟି ଜଳ ସିଞ୍ଚନ ଅଗ୍ନି ନିର୍ବାପକ ଏବଂ ୪୭ ଟି ଅଗ୍ନି ନିରାକରଣ ସହାୟତା ଯାନ । ରାଜ୍ୟ ଉଦ୍ଭିଦ ଉଦ୍ୟାନଠାରେ ବନ ବାହିନୀର ମୁଖ୍ୟ ଓ ବନ୍ୟପ୍ରାଣୀ ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଗାଡ଼ି ଗୁଡିକ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।