କନକ ବ୍ୟୁରୋ: ଆଜି ରାମନବମୀ ଅବସରରେ ଅଯୋଧ୍ୟାରେ ଭିନ୍ନ ପରିବେଶ । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଅବସରରେ ହର୍ଷୋଲ୍ଲାସରେ ବୁଡିଛି ଅଯୋଧ୍ୟା ନଗରୀ । ରାମ ମନ୍ଦିର ସହ ଅଯୋଧ୍ୟାରେ ଥିବା ପ୍ରତିଟି ମନ୍ଦିରକୁ ଫୁଲରେ ସଜା ହୋଇଛି । ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସାଢେ ୯ଟାରୁ ରାମଲଲାଙ୍କ ଜନ୍ମୋତ୍ସବ ନୀତି ଆରମ୍ଭ ହୋଇଯାଇଛି । ସର୍ବ ପ୍ରଥମେ ରାମଲଲାଙ୍କ ଅଭିଷେକ ହେବ ।

Advertisment

ଅଯୋଧ୍ୟା ରାମ ମନ୍ଦିରରେ ଏହା ଦ୍ବିତୀୟ ଜନ୍ମୋତ୍ସବ । ସକାଳ ସାଢେ ୧୦ଟାରେ ରାମଲଲାଙ୍କ ଶୃଙ୍ଗାର ହେବ । ଏହାପରେ ନୈବେଦ୍ୟ ଲାଗି ହେବ । ଦିନ ୧୨ଟାରେ ରାମଲଲାଙ୍କ ମୁଖ୍ୟ ନୀତି ହେବ । ଏହି ସମୟକୁ ରାମଲଲାଙ୍କ ଜନ୍ମ ସମୟ ଭାବେ ନିର୍ଦ୍ଧାରଣ କରାଯାଇଛି । ପୂଜାର୍ଚ୍ଚନା ସହ ଆଜି ରାମଲଲାଙ୍କ ’ସୂର୍ଯ୍ୟ ତିଳକ’ ହେବ। ଗଣମାଧ୍ୟମରେ ଏହାର ସିଧା ପ୍ରସାରଣ ହେବାର ସୂଚନା ରହିଛି।