ସଂସଦରେ ଆୟୋଜନ ହେବ 'ଛାୱା'ର ସ୍ୱତନ୍ତ୍ର ସ୍କ୍ରିନିଂ : ସିନେମା ଦେଖିବେ ପ୍ରଧାନମନ୍ତ୍ରୀ

Advertisment

ପ୍ରଧାନମନ୍ତ୍ରୀ ମୋଦି ୨୭ ମାର୍ଚ୍ଚରେ ସଂସଦର ପାଠାଗାର ଭବନର ବାଲଯୋଗୀ ଅଡିଟୋରିୟମ୍‌ରେ ଭିକି କୌଶଲଙ୍କ ଫିଲ୍ମ ଦେଖିବେ। 

Updated On

ପ୍ରଧାନମନ୍ତ୍ରୀ ମୋଦି ୨୭ ମାର୍ଚ୍ଚରେ ସଂସଦର ପାଠାଗାର ଭବନର ବାଲଯୋଗୀ ଅଡିଟୋରିୟମ୍‌ରେ ଭିକି କୌଶଲଙ୍କ ଫିଲ୍ମ ଦେଖିବେ। 

ଅଦ୍ୟତନ ହୋଇଛି
modi 8

Photograph: (kanaknews)

କନକବ୍ୟୁରୋ  : ଅଭିନେତା ଭିକି କୌଶଲଙ୍କ ଐତିହାସିକ-ଫିଲ୍ଲ 'ଛାୱା' ଦର୍ଶକଙ୍କଠାରୁ ବହୁତ ଭଲପାଇବା ସାଉଁଟୁଛି  । ରିଲିଜ୍ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ବିପୁଳ ଲାଭ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବରୁ 'ଛାୱା କୁ ପ୍ରଶଂସା କରିଥିଲେ ଏବଂ ଏବେ ସେ ଭିକି କୌଶଲ ଙ୍କ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବାକୁ ଯାଉଛନ୍ତି।
ସଂସଦ 'ଛାୱା'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ୨୭ ମାର୍ଚ୍ଚରେ ସଂସଦର ପାଠାଗାର ଭବନର ବାଲଯୋଗୀ ଅଡିଟୋରିୟମ୍‌ରେ ଭିକି କୌଶଲ ଙ୍କ ଫିଲ୍ମ ଦେଖିବେ। 

ଏହି ସ୍କ୍ରିନିଂରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ବହୁ ବିଜେପି ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ଉପସ୍ଥିତ ରହିବେ  । ସମ୍ଭାଜୀ ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଭିକି କୌଶଲ, ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଏବଂ ପ୍ରଯୋଜକ ଦିନେଶ ବିଜାନ ମଧ୍ୟ ସଂସଦ ଦ୍ୱାରା ଆୟୋଜିତ 'ଛାୱା' 'ର ସ୍ୱତନ୍ତ୍ର ସ୍କ୍ରିନିଂରେ ଉପସ୍ଥିତ ରହିବେ । ଆପଣଙ୍କୁ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ୨୧ ଫେବୃଆରୀରେ ଦିଲ୍ଲୀରେ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ 'ଛାୱା'ର ପ୍ରଶଂସା କରିଥିଲେ।  ସୂଚନା ଅନୁଯାୟୀ ଭିକି କୌଶଲ- ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ଛାୱା ରିଲିଜ୍ ହେବା  ଦିନଠାରୁ ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳୁଛି । ମେଟ୍ରୋସିଟି ଗୁଡ଼ିକରେ ଫିଲ୍ମ ହଲ୍‌ ହାଉସଫୁଲ୍ ରହିଛି । ଏହି କ୍ରମରେ ଏହି ଫିଲ୍ମ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିଣିପାରିଛି । ଛାୱା ଶ୍ରେଷ୍ଠ ୫ଟି ସର୍ବାଧିକ ଆୟ କରିଥିବା ବଲିଉଡ୍ ଚଳଚ୍ଚିତ୍ର ମଧ୍ୟରେ ଚତୁର୍ଥ ସ୍ଥାନ  ଅଧକାର କରିଛି  ।   ଏବେ ଫିଲ୍ମର କଲେକ୍ସନ ଯେଭଳି ବୃଦ୍ଧି ପାଉଛି ତାହା ଦେଖିଲେ ଲାଗୁଛି ଯେ ଏହି ଫିଲ୍ମ ଆହୁରି ଆଗକୁ ଯିବ ଯାହା ବର୍ତ୍ତମାନ ସୁଦ୍ଧା  ସମସ୍ତ ଫିଲ୍ଲର ରେର୍କଡ ଭାଙ୍ଗିଛି ।  ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ, " ଛାୱା"ରେ ଭିକି କୌଶଲ, ରଶ୍ମିକା ମନ୍ଦାନା, ଆଶୁତୋଷ ରାଣା, ବିନୀତ କୁମାର ସିଂହ ଏବଂ ଅକ୍ଷୟ ଖାନ୍ନା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଭାଲେଣ୍ଟାଇନ୍ସ ଡେ‘ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପ୍ରାୟ ୧୩୦ କୋଟି ଟଙ୍କା ବଜେଟ୍ ରେ ନିର୍ମିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe