ଶକ୍ତିପୀଠ ଗୁଡ଼ିକରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା; ଝଙ୍କଡ଼ ଶାରଳାଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତି

ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ତୁଳସୀ ଓ ବେଲପତ୍ର ମା’ଙ୍କ ଉପରେ ଚଢାଯାଇ ମନ୍ତ୍ର ଓ ତନ୍ତ୍ରରେ ମା’ଙ୍କୁ ଆବାହନ କରାଯାଉଛି ।

Sarala Temple

Photograph: (Kanak News)

କନକ ବ୍ୟୁରୋ : ଆସିଲାଣି ପାର୍ବଣ ଋତୁ । ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନଙ୍କରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଆରାଧ୍ୟା ଦେବୀ ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ରୀତିନୀତିରେ ପାଳନ କରାଯାଉଛି ।

ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ତୁଳସୀ ଓ ବେଲପତ୍ର ମା’ଙ୍କ ଉପରେ ଚଢାଯାଇ ମନ୍ତ୍ର ଓ ତନ୍ତ୍ରରେ ମା’ଙ୍କୁ ଆବାହନ କରାଯାଉଛି । ସକାଳୁ ଦ୍ୱାରଫିଟା ନୀତି, ମହାସ୍ନାନ, ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ବାଳଭୋଗ ଆଦି ନୀତି କରାଯାଇ ମା’ ସଜେଇ ହୋଇଛନ୍ତି ଦୁର୍ଲ୍ଲଭ ବେଶରେ ।

ଆବାହମାନ କାଳରୁ ମା’ ଶାରଳା ମହାଲକ୍ଷ୍ମୀ, ମହାକାଳୀ ତଥା ମା’ ଦୁର୍ଗା ଓ ସରସ୍ୱତୀ ଭାବେ ପୂଜା ପାଉଛନ୍ତି । ମା’ଙ୍କର ଦୁର୍ଲ୍ଲଭ ବେଶ ଦର୍ଶନ କରିବା ସହ ଆଶିଷ ଲାଭ ପାଇଁ କାହିଁ କେଉଁ ଆଡ଼ୁ ଧାଇଁଆସନ୍ତି ଶ୍ରଦ୍ଧାଳୁ । ୧୬ ଦିନ ବ୍ୟାପୀ ଷୋଡଶ ଉପଚାର ପୂଜା ଚାଲିବା ପରେ ଅଷ୍ଟମୀ ତିଥିରୁ ମହିଷାମର୍ଦ୍ଦିନୀ ରୂପରେ ଦର୍ଶନ ଦେବେ ମା’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe