କନକ ବ୍ୟୁରୋ : ଆସିଲାଣି ପାର୍ବଣ ଋତୁ । ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନଙ୍କରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଆରାଧ୍ୟା ଦେବୀ ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ରୀତିନୀତିରେ ପାଳନ କରାଯାଉଛି ।
ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ତୁଳସୀ ଓ ବେଲପତ୍ର ମା’ଙ୍କ ଉପରେ ଚଢାଯାଇ ମନ୍ତ୍ର ଓ ତନ୍ତ୍ରରେ ମା’ଙ୍କୁ ଆବାହନ କରାଯାଉଛି । ସକାଳୁ ଦ୍ୱାରଫିଟା ନୀତି, ମହାସ୍ନାନ, ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ବାଳଭୋଗ ଆଦି ନୀତି କରାଯାଇ ମା’ ସଜେଇ ହୋଇଛନ୍ତି ଦୁର୍ଲ୍ଲଭ ବେଶରେ ।
ଆବାହମାନ କାଳରୁ ମା’ ଶାରଳା ମହାଲକ୍ଷ୍ମୀ, ମହାକାଳୀ ତଥା ମା’ ଦୁର୍ଗା ଓ ସରସ୍ୱତୀ ଭାବେ ପୂଜା ପାଉଛନ୍ତି । ମା’ଙ୍କର ଦୁର୍ଲ୍ଲଭ ବେଶ ଦର୍ଶନ କରିବା ସହ ଆଶିଷ ଲାଭ ପାଇଁ କାହିଁ କେଉଁ ଆଡ଼ୁ ଧାଇଁଆସନ୍ତି ଶ୍ରଦ୍ଧାଳୁ । ୧୬ ଦିନ ବ୍ୟାପୀ ଷୋଡଶ ଉପଚାର ପୂଜା ଚାଲିବା ପରେ ଅଷ୍ଟମୀ ତିଥିରୁ ମହିଷାମର୍ଦ୍ଦିନୀ ରୂପରେ ଦର୍ଶନ ଦେବେ ମା’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/16/sarala-temple-2025-09-16-18-43-12.jpg)