ଆଜିଠୁ ଦେବୀଙ୍କ ଷୋଳ ପୂଜା ; ପୁରୀ ରାଜନଅରରେ ହେଲା ବ୍ରାହ୍ମଣ ବରଣ

ମୂଳାଷ୍ଟମୀରୁ ଆରମ୍ଭ ହେଲା ଦେବୀ ଦୁର୍ଗାଙ୍କ ଷୋଡ଼ଶ ଉପଚାର  । ଶକ୍ତିପୀଠ ଗୁଡ଼ିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା । ପୁରୀ ରାଜନଅରରେ ହେଲା ବ୍ରାହ୍ମଣ ବରଣ ।

Screen Shot 2025-09-14 at 3.16.50 PM

କନକ ବ୍ୟୁରୋ: ଜଗଜ୍ଜନନୀଙ୍କ ଆବାହନ ପାଇଁ ଚାଲିଛି ପ୍ରସ୍ତୁତି । ଆଜି ମୂଳାଷ୍ଟମୀ ଅବସରରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶକ୍ତି ପୀଠ । ଚଣ୍ଡୀ ପାଠ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି। ପୁରୀର ମା’ ବିମଳା, କାକୁଡ଼ିଖାଇ, କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ, ଝଙ୍କଡ଼ର ମା’ ଶାରଳା, ଯାଜପୁରର ବିରଜା, ବାଙ୍କୀର ଚର୍କିକା, କଳାହାଣ୍ଡିର ମାଣିକେଶ୍ବରୀଙ୍କ ଭଳି ସମସ୍ତ ଶକ୍ତିପୀଠରେ ମା’ଙ୍କର ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ସକାଳୁ ମଙ୍ଗଳ ଆଳତି, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ଅବକାଶ ଆଦି ବିଭିନ୍ନ ରୀତିନୀତି ହୋଇଛି । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେବ ଶକ୍ତିପୀଠ ଗୁଡ଼ିକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe