ସୁପ୍ରିମକୋର୍ଟରେ ପହଞ୍ଚିଲା ମାହାଙ୍ଗା ଡବଲ ମର୍ଡର ମାମଲା : ଏବେ ପ୍ରତାପ କରିବେ କଣ ?

Advertisment

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଏଡାଇ ଆସୁଥିଲେ ମହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଏଡାଇ ଆସୁଥିଲେ ମହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି

Mahanga Case SC

Mahanga Case SC Photograph: (kanak news)

କନକ ବ୍ୟୁରୋ: ପୁଣି ଫେରିଲା ମାହାଙ୍ଗା ମର୍ଡର କେସ୍‌ । ଏଥର ସୁପ୍ରିମକୋର୍ଟରେ ସୁପ୍ରିମ ଶୁଣାଣି ହେବ । ଅବଶ୍ୟ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ହାଇକୋର୍ଟ କ୍ଲିନଚିଟ୍‌ ଦେଇସାରିଛନ୍ତି । ହେଲେ ମୃତ କୁଳମଣୀ ବରାଳ ବାପାଙ୍କୁ ନ୍ୟାୟ ଦେବା ଲାଗି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଆଉ ମାମଲାର ଶୁଣାଣି ପାଇଁ କୋର୍ଟ କହିବା ସହିତ ୪ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ପୁରା ଘଟଣା ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି କି ଏଥର ଦୋଷୀ ପାଇବେ ଦଣ୍ଡ ।

ସୁପ୍ରିମକୋର୍ଟରେ ପହଞ୍ଚିଲା ମାହାଙ୍ଗା ମର୍ଡର କେସ୍‌
ହାଇକୋର୍ଟ ଦେଇଥିଲେ କ୍ଲିନଚିଟ୍‌
ସୁପ୍ରିମକୋର୍ଟ କହିଲେ ମାମଲାର ହେବ ଶୁଣାଣି
ସରକାରରେ ଥିବା ବେଳେ ଚାପିଥିଲେ,ଏବେ କରିବେ କଣ
ଏଥର ଆଉ ଖସିପାରିବେନି ଦୋଷୀ
ପ୍ରତାପଙ୍କ ନାଁରେ ଥିଲା ହତ୍ୟା ମାମଲା

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ବି ହୋଇଥିଲା । ଯାହାକୁ ନେଇ ପୁରା ରାଜ୍ୟରେ ତମ୍ବି ତୋଫାନ ହୋଇଥିଲା । ହେଲେ ଏହାକୁ ସେତେବେଳର ସରକାର ଚାପି ଦେଇଥିଲେ । ବିଜେଡି ସରକାରରେ ଏହି ଘଟଣାକୁ ଏତେଟା ଗୁରୁତ୍ବ ଦିଆଯାଇନଥିଲା । ଗୋଟିଏ ପଟେ ନବୀନ କହୁଥିଲେ ଆଇନ ତା ବାଟରେ ଯିବ । କୌଣସି ପ୍ରକାର ଅପରାଧକୁ ଦଳ ଗ୍ରହଣ କରିବ ନାହିଁ । ଯଦି ଅପରାଧୀଙ୍କର ଦଳରେ ସ୍ଥାନ ନାହିଁ ତାହାଲେ ପ୍ରତାପଙ୍କୁ ଘଣ୍ଟ ଘଉଡାଇବାରେ କାହାର ହାତ ଥିଲା ?  କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ନିରବଦ୍ରଷ୍ଟା ସାଜିଥିଲେ ସରକାର ।

କଣ ଥିଲା ପୁରା ଘଟଣା ?

ରାଜନୈତିକ ଶତ୍ରୁତା କାରଣରୁ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା । ଖାଲି ଏତିକି ନୁହେଁ ବରଂ ସାକ୍ଷୀଙ୍କୁ ବି ହତ୍ୟା କରିବାକୁ ପଛାଇ ନଥିଲେ ଅପରାଧୀ । ମାମଲାକୁ ନେଇ ବିଜେପି ଆନ୍ଦୋଳନ କରିବା ସହ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ସଠିକ୍‌ ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨ ଜାନୁଆରୀ ୨୦୨୧ ରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ଡବଲ ମର୍ଡର । ବିଜେପି ନେତା କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ବିଜେଡି ନେତା ତଥା ସେତେବେଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ ।

ଅବଶ୍ୟ ଚାର୍ଜସିଟରୁ ପ୍ରତାପ ନିଜ ନାଁ ହଟାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ପରେ ହାଇକୋର୍ଟ ପ୍ରତାପଙ୍କୁ କ୍ଲିନଚିଟ୍‌ ଦେଇଥିଲେ । ଅବଶ୍ୟ ଏହି ଘଟଣାରେ ୯ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ସାଲେପୁର ଏଡିଜେ । ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ ।

ହାଜର ହେଉନଥିଲେ ଆଇଆଇସି

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଏଡାଇ ଆସୁଥିଲେ ମହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ହେଲେ କାହିଁକି ଏଡାଇ ଆସୁଥିଲେ, କାହାକୁ ବଂଚାଇବାକୁ ଚେଷ୍ଟା କରୁଥିଲେ ସେନେଇ ବି ଅନେକ ପ୍ରଶ୍ବ ଉଙ୍କି ମାରିଥିଲା । କିଛି ଦିନର ଛକାପଞ୍ଝା ପରେ ସାଲେପୁର ଜେଏମଏଫସି କୋର୍ଟଙ୍କ ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ହାଜର ହୋଇଥିଲେ ଥାନା ବାବୁ । ଆଉ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ସାଢେ ୧୦ଟା ସୁଦ୍ଧା ହାଜର ହୋଇ ଦାଖଲ କରିଥିଲେ, ଅପ-ଟୁ-ଡେଟ୍ କେସ୍ ଡାଏରୀ ଓ ସିଡିଆର ବା ମୋବାଇଲ୍ ଫୋନ କଲର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ ଏବଂ ସଂରକ୍ଷଣ ତଥ୍ୟ ।

କଣ କହିଥିଲେ କୋର୍ଟ ? 

•    ଡିସେମ୍ବର ୧୦ ତାରିଖ ସକାଳ ୧୦ଟା ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବାରେ ବିଫଳ ହେଲେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରାଯିବ
•    ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ପ୍ରତି ଅସମ୍ମାନ ଏବଂ ଫୌଜଦାରୀ କାର୍ଯ୍ୟବିଧି ସଂହିତା ବା ସିଆରପିସିର ଉଦ୍ଦେଶ୍ୟମୂଳକ ଉଲଂଘନ ଭାବେ ଧରାଯିବ
•    ଏଭଳି ସ୍ଥିତିରେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଠୋର ତଥା ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ବାଧ୍ୟ ହେବେ
•    ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ସୁପାରିଶ କରିବେ

ଜେଏମଏଫସି କୋର୍ଟଙ୍କ ରାୟ ବିରୋଧରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅଦାଲତରେ ରିଭିଜନ ପିଟିସନ କରିଥିଲେ ସରକାର । କିନ୍ତୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସରକାରଙ୍କ ଏହି ଆବେଦନକୁ ଖାରଜ କରିବା ସହ ଜେଏମଏଫସିଙ୍କ ନିର୍ଦ୍ଦେଶ ଅନୁସାରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାରି ଭିତରେ ୪ ବର୍ଷ ବିତିଗଲାଣି । ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲାଣି । ଏବେ ହତ୍ୟା ଷଡଯନ୍ତ୍ରର ଶିକାର ହୋଇଥିବା ପରିବାର ନ୍ୟାୟ ପାଇବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe