୨୪ ସ୍ମୃତିରେ ରହୁ, ୨୫ ସୁନ୍ଦର ହେଉ... ବିଦାୟୀ ବେଳାରେ ମହାପ୍ରଭୁଙ୍କୁ ଗୁହାରୀ କରୁଛି ମଣିଷ । ହସଖୁସିରେ ଭରିଯାଉ ନୂଆବର୍ଷ...

Advertisment

୨୦୨୪ରେ ଯାହା ହେଇଗଲା ହେଇଗଲା... କିନ୍ତୁ ୨୦୨୫ରେ ତାହାର ପୁନରାବୃତ୍ତି ହେବନି । ନୂଆ ଆଶା, ନୂଆ ଆକାଂକ୍ଷା ଏବଂ ଭବିଷ୍ୟତର ସଫଳତା ଲାଗି ଲମ୍ୱା ଲମ୍ୱା ଯୋଜନା ଅନେକ କରିସାରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷରୁ ନୂଆ ଜୀବନର ଆରମ୍ଭ କରିବାକୁ ରାତିପାହିବାକୁ ଅନେକ ଅପେକ୍ଷା କରି ରହିଛନ୍ତି ।

୨୦୨୪ରେ ଯାହା ହେଇଗଲା ହେଇଗଲା... କିନ୍ତୁ ୨୦୨୫ରେ ତାହାର ପୁନରାବୃତ୍ତି ହେବନି । ନୂଆ ଆଶା, ନୂଆ ଆକାଂକ୍ଷା ଏବଂ ଭବିଷ୍ୟତର ସଫଳତା ଲାଗି ଲମ୍ୱା ଲମ୍ୱା ଯୋଜନା ଅନେକ କରିସାରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷରୁ ନୂଆ ଜୀବନର ଆରମ୍ଭ କରିବାକୁ ରାତିପାହିବାକୁ ଅନେକ ଅପେକ୍ଷା କରି ରହିଛନ୍ତି ।

22 new

କନକ ବ୍ୟୁରୋ : ଧିରେଧିରେ ସରିଆସୁଛି ବର୍ଷ । ବିଦାୟୀ ବର୍ଷ ୨୦୨୪କୁ ଅଲବିଦା କହିବାକୁ ସବୁଠି ପ୍ରସ୍ତୁତି । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦରେ ଶେଷ ହେବ ଗୋଟେ ବର୍ଷ, ଆରମ୍ଭ ହେବ ଆଉ ଏକ ବର୍ଷ । ବିଦାୟୀ ବର୍ଷରୁ ଏକପ୍ରକାର ବିଦାୟ ନେଇ ସାରିଲାଣି ଦିନ, ବିଦାୟ ନେଲେଣି ସୂର୍ଯ୍ୟ, ବୁଡିଗଲାଣି ବି ବର୍ଷର ଶେଷ ସଞ୍ଜ, ମାଡି ଆସିଲାଣି ଶେଷ ରାତି। ଚଳିତ ବର୍ଷର ଶେଷ ସୂର୍ଯ୍ୟାସ୍ତର ମୁକସାକ୍ଷୀ ପାଲଟିଛନ୍ତି ଅନେକ । ଆଉ କେଇ ମୁହୂର୍ତ୍ତ ପରେ ଗୋଟେ ବର୍ଷକୁ ବିଦାୟ ଦେବ ମଣିଷ... 

21g

ନୂଆବର୍ଷ ଓ ପୁରୁଣା ବର୍ଷ ଭିତରେ ବେଶି କିଛି ଫରକ ନଥାଏ । ନଥାଏ ବି ବେଶି ସାମଞ୍ଜସ୍ୟ । ନୂଆବର୍ଷ ନୂଆବର୍ଷ କରି ଗୋଟେ ସେଲିବ୍ରେସନ ମୁଡରେ ରହୁଥିବା ମଣିଷମାନେ ହିଁ ଜାଣିଥାନ୍ତି ନୂଆବର୍ଷ କିଛି ନୁହେଁ ବୋଲି, ବାସ୍ ଗୋଟେ କ୍ୟାଲେଣ୍ଡରର ପରିବର୍ତ୍ତନ, ତାରିଖର ଭିଡ, ସଂଖ୍ୟାମାନଙ୍କର ସାପଶିଢି ଖେଳ । ପୁରୁଣା ବର୍ଷରେ ଜୀବନ ଓ ଜୀବନଶୈଳୀ ଯେମିତି ଥାଏ ନୂଆବର୍ଷରେ ବି ସେମିତି ରୁହେ, ଯଦି ବଦଳେ କିଛି ଲୋକଙ୍କର ବଦଳେ, କିଛି କର୍ମରେ ବଦଳେ ନହେଲେ କ୍ୟାଲେଣ୍ଡରଟା ଛଡା ଆଉ କିଛି ବଦଳେନି ମ... ଖାଲି ନୂଆବର୍ଷ ଆଳରେ ଭୋଜିଭାତର ବାହାନା ଆଉ ଖୁସି ମଜା କରିବାର ଏକ ଅବସର ମିଳିଯାଏ ।

27new

ଏପଟେ ବିଦାୟୀ ବର୍ଷର ଶେଷ ମାସର ଶେଷ ତାରିଖ ମଣିଷକୁ ସଚେତନ କରେ, ଭୁଲଠିକ ଦେଖାଏ, ଜୀବନର ଚିରନ୍ତନ ବାସ୍ତବତା ଡିସେମ୍ୱର ମାସ ଦେଖାଉଥିବା ବେଳେ ନୂଆବର୍ଷ ଏକ ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆସେ । ପୁରୁଣା ବର୍ଷରେ ଯେଉଁ କାମ ଯେଉଁ ସ୍ୱପ୍ନ ଅଧୁରା ରହିଛି ସେହି କାମକୁ ପୂରା କରିବାକୁ ନୂଆବର୍ଷ ନୂଆ ପ୍ରେରଣା ଦିଏ । ୨୦୨୪ର ସ୍ମୃତିରୁ ଶିକ୍ଷା ଗ୍ରହଣ କରି ୨୦୨୫ ରେ କାମରେ ଲଗାଇବାକୁ ଏବଂ ଜୀବନକୁ ସରଳ ଓ ସହଜ କରିବାକୁ ଅନେକ ଭାବି ସାରିଥିବା ବେଳେ... ରାତି ପାହିଲେ ନୂଆବର୍ଷ ହେଉଥିବାରୁ ଜିରୋ ନାଇଟ ସେଲିବ୍ରେସନ କରିବା ପାଇଁ ଅନେକ ମାତିଛନ୍ତି ।

ନୂଆବର୍ଷ, ନୂଆ ଶପଥ
୨୦୨୪ରେ ଯାହା ହେଇଗଲା ହେଇଗଲା... କିନ୍ତୁ ୨୦୨୫ରେ ତାହାର ପୁନରାବୃତ୍ତି ହେବନି । ନୂଆ ଆଶା, ନୂଆ ଆକାଂକ୍ଷା ଏବଂ ଭବିଷ୍ୟତର ସଫଳତା ଲାଗି ଲମ୍ୱା ଲମ୍ୱା ଯୋଜନା ଅନେକ କରିସାରିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷରୁ ନୂଆ ଜୀବନର ଆରମ୍ଭ କରିବାକୁ ରାତିପାହିବାକୁ ଅନେକ ଅପେକ୍ଷା କରି ରହିଛନ୍ତି ।

ଗୁମୁରି କାନ୍ଦୁଛି ଗ୍ରୀଟିଙ୍ଗସ୍

ନୂଆବର୍ଷ ଆସିଲେ ମନେପଡେ ଗ୍ରୀଟିଙ୍ଗସର କଥା । ପିଲାଦିନେ ଅନେକଙ୍କର ଅର୍ଥାତ ୯୦ ଦଶକର ପିଲା ହିଁ ଜାଣିଥିବେ ନୂଆବର୍ଷର ଶୁଭେଚ୍ଛାରେ ଗ୍ରୀଟିଙ୍ଗସର ଭୂମିକା କେତେ ଥିଲା । ଗ୍ରୀଟିଙ୍ଗସ୍ ଭାବ ଏବଂ ଶୁଭେଚ୍ଛାର ଆଦାନପ୍ରଦାନ ପାଇଁ ହିଁ ଥିଲା ମାତ୍ର ଆଧୁନିକତାର ଛାପରେ ଏବେ ଲୋକେ ଗ୍ରୀଟିଙ୍ଗସ୍ କାର୍ଡକୁ ଭୁଲିଗଲେଣି । ଗ୍ରୀଟିଙ୍ଗସର ଜାଗା ଏବେ ଅନଲାଇନ ମେସେଜ୍, ଏଆଇ ୱିସ୍ କାର୍ଡ, ଭିଡିଓ କଲ୍, ହ୍ବାଟ୍ସଆପ୍ ଏବଂ ମେସେଞ୍ଜର ନେଇଥିବା ବେଳେ ଆବେଗହୀନ ଏସବୁ ଶୁଭେଚ୍ଛାରେ ଭଲପାଇବା ନଥିବା ପରି ଲାଗେ ଆଉ ସେତେବେଳେ ମନେପଡେ ଗ୍ରୀଟିଙ୍ଗସ୍ କଥା..

ଭୋଜି ପାଇଁ ଭିଡ
ନୂଆବର୍ଷର ପ୍ରଥମ ଦିନକୁ ସ୍ମରଣୀୟ କରିବା ପାଇଁ ଅନେକ ଆଗୁଆ ଯୋଜନା ପ୍ରସ୍ତୁତି କରିସାରିଛନ୍ତି । ପ୍ରସିଦ୍ଧ ସ୍ଥାନ, ଦର୍ଶନୀୟ ସ୍ଥାନ ଏୱଂ ବଣ ପାହାଡ ବୁଲି ଭୋଜି କରିବା ପାଇଁ ଆଜି ରାତିରୁ ଲୋକେ ବାହାରି ଗଲେଣି । କିଏ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ରାତି ତମାମ ଚେଇଁବାକୁ ହୋଟେଲ୍ , କ୍ଲବ ବୁକ୍ କରିଲାଣି ତ କିଏ ଜିରୋ ନାଇଟରେ ବାଣ ଫୁଟେଇବା ପାଇଁ ବାଣ କିଣି ନେଲାଣି । ନୂଆବର୍ଷରେ ନିଜର ଲୋକଙ୍କୁ ଶୁଭେଚ୍ଛା ଜଣାଇବାକୁ ଫୁଲ ଦୋକାନରେ ଆଗୁଆ ଭିଡ ଦେଖିବାକ ମିଳିଥିବା ବେଳେ ମିଠା ଦୋକାନରେ ବି ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଆମିଷ ବାରରେ ପଡିଛି ନୂଆବର୍ଷ
ଏଥର ନୂଆବର୍ଷ ବୁଧବାର ଦିନ ପଡିଛି । ଜିରୋ ନାଇଟ୍ ସେଲିବ୍ରେସନ ମଙ୍ଗଳବାର ହେଉଥିବାରୁ ଅନେକ ମଙ୍ଗଳବାର ପାଇଁ ଆମିଷଠୁ ଦୂରରେ ରହିଛନ୍ତି ମାତ୍ର ନୂଆବର୍ଷ ବୁଧବାର ଥିବାରୁ ଏଥର ଜମିବ ଆମିଷ ଭୋଜି । ନୂଆବର୍ଷ ଭୋଜି ପାଇଁ ଲୋକେ ଆଗୁଆ ଚିକେନ୍, ମଟନ, ମାଛ ଦୋକାନରେ ଅର୍ଡର ଦେଇଛନ୍ତି ।

ତେବେ ନୂଆବର୍ଷ ଭଲରେ ବିତୁ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ସମସ୍ତେ ନୂଆବର୍ଷକୁ ସୁରକ୍ଷିତ ଭାବେ ପାଳନ କରନ୍ତୁ ଆମର ଅନୁରୋଧ...
ଇଂରାଜୀ ନବବର୍ଷ-୨୦୨୫ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା
Happy New Year-2025 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe