ମହେନ୍ଦ୍ର ସିଂ ଧୋନୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନୋଟିସ୍ । ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ।

Advertisment
jjjjj

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଆସିଛି ଆଶ୍ଚର୍ଯ୍ୟ କରିଦେଲା ଭଳି ଖବର । ମଙ୍ଗଳବାର ଝାଡ଼ଖଣ୍ଡ ହାଇକୋର୍ଟ ଏକ ମାମଲାକୁ ନେଇ ଧୋନୀଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ଉଚ୍ଚନ୍ୟାୟାଳୟରେ ହାଜିର ହେବାକୁ ତାରିଖ ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ଜାତୀୟ ଗଣମାଧ୍ୟମର ହେଡଲାଇନରେ ଏବେ ଧୋନୀ, ଧୋନୀ ଆଉ କେବଳ ଧୋନୀଙ୍କୁ ନେଇ ଚର୍ଚ୍ଚା । 

ସୂଚନା ମୁତାବକ, ଧୋନୀଙ୍କ ନାଁରେ ତାଙ୍କ ପୂର୍ବତନ ବିଜନେସ୍ ପାର୍ଟନର ମହିରି ଦିବାକର ଏବଂ ସୌମ୍ୟା ଦାସ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ଯାହାକୁ ନେଇ କୋର୍ଟରେ ନିଜ ପକ୍ଷ ରଖିବାକୁ ଧୋନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଝାଡ଼ଖଣ୍ଡ ଉଚ୍ଚନ୍ୟାୟାଳୟ । ନୋଟିସରେ ଉଲ୍ଲେଖ ଅଛି ଯେ, (ଆର୍କା ସ୍ପୋର୍ଟ୍ସ ଆଣ୍ଡ୍ ମ୍ୟାନେଜମେଣ୍ଟ)ର ନିର୍ଦ୍ଦେଶକ ମିହିର ଦିବାକର ଏବଂ ସୌମ୍ୟା ଦାସ ଧୋନୀଙ୍କ ନାଁରେ ଏକ କ୍ରିକେଟ୍ ଏକାଡେମୀ ଖୋଲିବା ନେଇ ଚୁକ୍ତି କରିଥିଲେ । ହେଲେ କିଛି ବିବାଦ କାରଣରୁ ଚୁକ୍ତି ଆଗକୁ ବଢ଼ିନଥିଲା ଏପରିକି ମହେନ୍ଦ୍ର ସିଂ ଧୋନୀ ଉଭୟ ମିହିର ଏବଂ ସୌମ୍ୟାଙ୍କ ନାଁରେ ଠକେଇ କରିଥିବା ଅଭିଯୋଗ କରିଥିଲେ । ଜାନୁୟାରୀ ମାସରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଅପରାଧିକ ମାମଲା ଦାୟର କରିଥିଲେ । ଏହାପରେ ହିଁ (ଆର୍କା ସ୍ପୋର୍ଟ୍ସ ଆଣ୍ଡ୍ ମ୍ୟାନେଜମେଣ୍ଟ ଏବଂ ଧୋନୀଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଚାଲିଛି ।

#ମାହିଙ୍କ_ନାଁରେ_ମାମଲା #ହାଜର_ପାଇଁ_ହାଇକୋର୍ଟଙ୍କ_ନୋଟିସ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନୋଟିସ୍ । ଫ୍ୟାନ୍ସଙ୍କ ମଧ୍ୟରେ...

Posted by Kanak News on Wednesday, November 13, 2024

ଧୋନୀ ଦେଇଥିବା ଏତଲା ମୁତାବକ, (ଆର୍କା ସ୍ପୋର୍ଟ୍ସ ଆଣ୍ଡ୍ ମ୍ୟାନେଜମେଣ୍ଟ)ର ଦୁଇ ନିର୍ଦ୍ଦେଶକ ମିହିର ଦିବାକର ଏବଂ ସୌମ୍ୟା ଦାସ ୧୫ କୋଟି ଟଙ୍କା ଠକେଇ କରିଛନ୍ତି । ତେଣୁ ସେ ୨୦୨୧ରେ ହିଁ କ୍ରିକେଟ୍ ଏକାଡେମୀକୁ ନେଇ ହୋଇଥିବା ଚୁକ୍ତିକୁ ମନା କରିଦେଇଥିଲେ । ଏହାପରେ ଉଭୟ ମିହିର ଓ ସୌମ୍ୟା ମହେନ୍ଦ୍ର ସିଂ ଧୋନୀଙ୍କ ନାଁରେ କେସ୍ କରିଥିଲେ । ଏହି ମାମଲାର ଶୁଣାଣି କରି ଝାଡ଼ଖଣ୍ଡ ନାୟିକ ଅଦାଲତ ଉଭୟ ମିହିର ଦିବାକର ଏବଂ ସୌମ୍ୟା ଦାସଙ୍କୁ ସଠିକ୍ ତଥ୍ୟ ଏବଂ ପ୍ରମାଣ ଦେବାକୁ କହିଥିଲେ । ହେଲେ ମିହିର ଓ ସୌମ୍ୟା କିଛି ଦିନର ନିରବତା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ ଧୋନୀଙ୍କ ନାଁରେ ଆଉ ଏକ ମାମଲା କରିଛନ୍ତି ଯାହାଦ୍ୱାରା କୋର୍ଟ ଧୋନୀଙ୍କୁ ପୂରା ଘଟଣାର ସତ ଏବଂ ତାଙ୍କ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଛନ୍ତି ।

ତେବେ ଏନେଇ ମହେନ୍ଦ୍ର ସିଂ ଧୋନୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିନାହାନ୍ତି । ଝାଡ଼ଖଣ୍ଡ ହାଇକୋର୍ଟରେ ହାଜର ହୋଇ ଧୋନୀ ନିଜର ପକ୍ଷ କିଭଳି ରଖିବେ ଏବଂ ଏଭଳି ମାମଲାରେ ଛନ୍ଦି ହୋଇଥିବା ଏହି କିମ୍ବନ୍ଦନ୍ତୀ ଖେଳାଳି କେମିତି ମୁକୁଳିବେ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe