Sukinda Politics Photograph: (Kanak News)
କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର ରାଜନୀତି । ଦିନେ ବିଜେଡିର ଗଡ଼ ଥିବା ଯାଜପୁରରେ ୨୪ ନିର୍ବାଚନରେ ବିଜେପି ନିଜ କବଜାକୁ ନେଇଥିଲା ୩ ବିଧାନସଭା ଆସନ । ଆଉ ଧର୍ମଶାଳାରେ ବି ସ୍ବାଧୀନ ପ୍ରାର୍ଥୀଙ୍କର ବିଜୟ ହୋଇଥିଲା । ନିର୍ବାଚନ ସରିବାକୁ ଏହାରି ଭିତରେ ୧୭ ମାସ ହେଲାଣି । କିନ୍ତୁ ସୁକିନ୍ଦା ନିର୍ବାଚନମଣ୍ଡଳିରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କର ସେମିତି ଦବ୍ଦବା ଦେଖାଯାଉନାହିଁ । ସ୍ବାଧୀନ ବିଧାୟକ ହିମାଶୁଂ ସାହୁଙ୍କ ଗଡ଼ରେ ଖୋଦ୍ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଡ଼ ବଡ଼ କାର୍ଯ୍ୟକ୍ରମ କରିଛନ୍ତି। ବଡଚଣାରେ ବି ବିଜେପି ସକ୍ରିୟ । ହେଲେ ସୁକିନ୍ଦା ଓ କୋରେଇରେ ଦଳ ପୂରା ଦୁର୍ବଳ ହେବା ପରେ ମନେ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଜୋର ।
ଆହୁରି ପଢ଼ନ୍ତୁ : ନୂଆପଡ଼ା ଜନାଦେଶ: ୪୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେପି, ମନମୋହନ ସାମଲ କହିଲେ...
ମନ୍ତ୍ରୀ ପଦ ପାଇ ବି ସୁକିନ୍ଦା ଦୁର୍ବଳ
ଡାନିଙ୍କ ଗଡ଼ ଭେଦି ପାରୁନାହାନ୍ତି କି ପ୍ରଦୀପ ବଳ ସାମନ୍ତ ?
ଧର୍ମଶାଳ ଓ ବଡ଼ଚଣାରେ ଦଳ ସକ୍ରିୟ
ସୁକିନ୍ଦା ଓ କୋରେଇରେ ପୂରା ଦୁର୍ବଳ
ପାଖେଇ ଆସିଲାଣି ପଂଚାୟତ ନିର୍ବାଚନ
ତୃଣମୂଳସ୍ତରରେ ସଂଗଠନ ସଜାଡ଼ୁଛି ବିଜେପି
ଧର୍ମଶାଳାରୁ ବିଜୟ ଯାତ୍ରା ଆରମ୍ଭ ହୋଇଛି
ଆହୁରି ପଢ଼ନ୍ତୁ : ନୂଆପଡ଼ା ଜନାଦେଶ: ୪୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେପି, ମନମୋହନ ସାମଲ କହିଲେ...
ଯାଜପୁରରେ ବିଜେଡି ଗଡ଼ ବିଜେପି ଭେଦିବା ପରେ ଧର୍ମଶାଳାରୁ ଦଳ ବିଜୟ ଶୋଭାଯାତ୍ରା ଆରମ୍ଭ କରିଛି । ହିମାଂଶୁଙ୍କ ନେତୃତ୍ବରେ ଦଳ ବ୍ଲକ୍ ଅଧ୍ୟକ୍ଷ ପଦ ହାତେଇଛି । ପରିସ୍ଥିତି ଏମିତି ହୋଇଛି ଯେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟଙ୍କୁ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଧର୍ମଶାଳା ସହିତ ବରୀ ଓ ବଡ଼ଚଣା ବ୍ଲକ୍ ଅଧ୍ୟକ୍ଷ ବିଜେପି ଖାତାରେ । ହେଲେ ମନ୍ତ୍ରୀ ପଦ ପାଇବା ପରେ ବି ସୁକିନ୍ଦା ଏଥିରେ ବହୁ ପଛରେ । ଡାନିଙ୍କ ଗଡ଼ରେ ମନ୍ତ୍ରୀ ଆଖିଦୃଶିଆ କାମ କରିପାରୁନଥିବା କୁହାଯାଉଛି । ଏବେ ବି ସୁକିନ୍ଦା ଓ ଦାନଗଦି ବ୍ଲକ୍ ଅଧ୍ୟକ୍ଷ ପଦ ବିଜେଡି ପାଖରେ । କୋରେଇରେ ବି ସ୍ଥିତି ପ୍ରାୟ ସମାନ ।
ଆହୁରି ପଢ଼ନ୍ତୁ : ନୂଆପଡ଼ା ଜନାଦେଶ: ୪୬ ହଜାରରୁ ଅଧିକ ଭୋଟରେ ଆଗୁଆ ବିଜେପି, ମନମୋହନ ସାମଲ କହିଲେ...
ଧର୍ମଶାଳା, ବଡ଼ଚଣା ଓ ବରୀରେ ବିଜେପି ସକ୍ରିୟ
କୋରେଇ ଓ ସୁକିନ୍ଦାରେ ଦୁର୍ବଳ
ସୂଚନା ଅନୁସାରେ, ଜିଲ୍ଲାର ଧର୍ମଶାଳା, ବଡ଼ଚଣା ଓ ବରୀ ପରି ନିର୍ବାଚନମଣ୍ଡଳିରେ ଦଳ ଭାରି ସକ୍ରିୟ ଦେଖାଯାଉଛି । ହେଲେ ସୁକିନ୍ଦା ଓ କୋରେଇରେ ସେତେଟା ସକ୍ରିୟ ନାହାନ୍ତି ନେତା । ଏମିତିକି ସାଂସଦ ବି ତତ୍ପରତା ଦେଖାନାହାନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅନେକ ବିକାଶମୂଳକ କାମ ଅଧପନ୍ତରିଆ ହୋଇ ପଡ଼ିଥିବା ବେଳେ ବି ନିଜ ନିର୍ବାଚନମଣ୍ଡଳିରେ ଖୋଦ୍ ମନ୍ତ୍ରୀ ଏହି କାମକୁ ସାରିପାରୁନଥିବା ଅଭିଯୋଗ ହେଉଛି । କୁହାଯାଉଛି କି, କୋରେଇ ବିଧାୟକ ଆକାଶଦାସ ନାୟକ ଅନେକ ସମୟରେ ବିରୋଧର ସାମନା କରୁଛନ୍ତି । ଏମିତି ସ୍ଥିତିରେ ନିର୍ବାଚନମଣ୍ଡଳିର ବିକାଶ କେମିତି ହେବ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏନେଇ କିନ୍ତୁ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କିମ୍ବା କୋରେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
Follow Us