କନକ ବ୍ୟୁରୋ: ଋଷିଆଠୁ ତେଲ କିଣିଲା ଭାରତ । ରାଗିଗଲା ଆମେରିକା । ସେଇଥି ଲାଗି ତ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଲା । ଏହାପରେ ବି ଋଷିଆଠୁ ତେଲ କିଣିବା ବନ୍ଦ କରିନି ଭାରତ । ଏହାରି ଭିତରେ ଚୀନ୍ ସହ କିନ୍ତୁ ଭାରତର ସମ୍ପର୍କ ସୁଧୁରିଯାଇଛି । ସେଇଥି ଲାଗି ତ ଚୀନ୍ ଗସ୍ତରେ ଅଛନ୍ତି ମୋଦୀ । ହେଲେ ଏହାରି ଭିତରେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ ଭାରତର ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି । ହେଲେ ସେହି ଚିଠିରେ କଣ ଲେଖାଅଛି ସେନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି ହେଲେ ଚର୍ଚ୍ଚା କିନ୍ତୁ ଜୋର ହେଉଛି ।
ଆମେରିକା-ଭାରତ ଟାରିଫ୍ ଯୁଦ୍ଧ
ଚୀନ୍ ସହ ଭାରତ ସମ୍ପର୍କ ସୁଧୁରୁଛି
ମୋଦୀଙ୍କ ଚୀନ୍ ଗସ୍ତ ଉପରେ ଆମେରିକାର ନଜର
ଆମେରିକାର ଏକପାଖିଆ ନିଷ୍ପତ୍ତି
ଚୀନ୍ଠୁ ଭାରତ…ସମସ୍ତେ ପ୍ରଭାବିତ
ଆମେରିକା ଚାହେ ପୂରା ବିଶ୍ବ ତା କଣ୍ଟ୍ରୋଲରେ ରହୁ । ହେଲେ ଏବେ ଆଉ ସେ ସମୟ ନାହିଁ ଯେ ଆମେରିକା ଯାହା କହିବ ପୂରା ବିଶ୍ବ ତାହା କଥାକୁ ମାନିନେବ । ଏହାରି ଭିତରେ ଚୀନ୍ ଉପରେ ବି ଶୁଳ୍କ ଲାଗୁକରିଥିଲା ଆମେରିକା । ଖାଲି ଚୀନ୍ ନୁହେଁ ବରଂ ଭାରତ ଉପରେ ବି ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି ଆମେରିକା । ତେଣୁ ଭାରତ ଏବେ ଆମେରିକା ଉପରେ ବି ଅସନ୍ତୋଷ ଅଛି । ଟ୍ରମ୍ପ ପ୍ରଶାସନ ଚୀନ ସାମଗ୍ରୀ ଉପରେ ଯେଉଁ ଶୁଳ୍କ ଲଗାଇଥିଲେ, ତାହା ବିଶ୍ୱ ଅର୍ଥନୀତିରେ ବହୁଳ ପରିବର୍ତ୍ତନ ଆଣିଥିଲା । ଏହି ଶୁଳ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚୀନର ଟ୍ରେଡ୍ ସରପ୍ଲସ୍ ହ୍ରାସ କରିବା ଏବଂ ଆମେରିକାର ଉଦ୍ୟୋଗଗୁଡ଼ିକୁ ସୁରକ୍ଷା ଦେବା । ଏହାର ପ୍ରଭାବ କେବଳ ଚୀନ କିମ୍ବା ଆମେରିକାରେ ସୀମିତ ନରହି ଭାରତ ସମେତ ଅନେକ ଦେଶର ବାଣିଜ୍ୟ ନୀତିକୁ ପ୍ରଭାବିତ କରିଥିଲା।
ସମ୍ପର୍କ ସୁଧୁରୁଛି ଭାରତ-ଚୀନ୍ ଭିତରେ
ପୂର୍ବରୁ ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମୁହାଁମୁହିଁ ହୋଇଥିଲେ । ଖାଲି ମୁହାଁମୁହିଁ ହୋଇଥିଲେ ତାହା ନୁହେଁ ବରଂ ଭାରତୀୟମାନେ ଚୀନ୍ର କୌଣସି ସାମଗ୍ରୀ ନକିଣନ୍ତୁ ବୋଲି ଆହ୍ବାନ ଦିଆଯାଇଥିଲା । ଯାହା ଫଳରେ ସମ୍ପର୍କ ଆହୁରି ବିଗିଡ଼ିଥିଲା । କିନ୍ତୁ ଏବେ ସମୟ ବଦଳିଛି, ସମ୍ପର୍କରେ ବି ସୁଧାର ଆସିଛି । ସେଇଥି ଲାଗି ତ ମୋଦୀ ଚୀନ୍ ଗସ୍ତ କରୁଛନ୍ତି । କୁହାଯାଉଛି, ଭାରତ-ଚୀନ ଭବିଷ୍ୟତରେ ଅନେକାଂଶରେ ବିବାଦୀୟ ପ୍ରସଙ୍ଗଗୁଡ଼ିକୁ ସମାଧାନ କରୁଛନ୍ତି ଏବଂ ପରସ୍ପରର ସ୍ୱାର୍ଥକୁ ସମ୍ମାନ ଦେଇ ଆଗକୁ ବଢୁଛନ୍ତି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ଆମେରିକାକୁ ଚେକ୍ ଦେବା ପାଇଁ ଋଷିଆ-ଭାରତ-ଚୀନ୍ ହାତ ମିଳାଇଛନ୍ତି । ଖାଲି ହାତ ମିଳାଇଛନ୍ତି ତାହା ନୁହେଁ ବରଂ ମାଷ୍ଟର ପ୍ଲାନ୍ କରୁଛନ୍ତି । ତେଣୁ ଏବେ ଆମେରିକାର ଚାପ ଆଉ କିଛି କାମ ଦେବ ନାହିଁ ବୋଲି କୁହାଯାଉଛି । ତେବେ ସମୟ କହିବ ଆଗାମୀ ଦିନରେ ୩ ଦେଶ ମିଶି କି ପ୍ଲାନ୍ କରୁଛନ୍ତି ଏବଂ ଆମେରିକାକୁ କେମିତି ଚେକ୍ ଦେଉଛନ୍ତି ।