ନୀଳାଚଳଧାମର ନିର୍ମାଲ୍ୟ ବିକାଳୀ ନୀଳ ମାଉସୀ । ଦି’ଓଳି ଖାଇବାକୁ ଜଗା ଦୁଆରେ ବସୁଛନ୍ତି, ଭିକ ନମାଗି ନିର୍ମାଲ୍ୟ ବିକି ପେଟ ପୋଷୁଛନ୍ତି ।

Advertisment

ନୀଳାଚଳଧାମର ନୀଳ ମାଉସୀ ଦୁଇ ଓଳି ଖାଇବାକୁ ଦାରୁଦିଅଁଙ୍କୁ ଡାକୁଛନ୍ତି ଜଗା ଦୁଆରେ ବସି ନିର୍ମାଲ୍ୟ ବିକୁଛନ୍ତି

Updated On

ନୀଳାଚଳଧାମର ନୀଳ ମାଉସୀ ଦୁଇ ଓଳି ଖାଇବାକୁ ଦାରୁଦିଅଁଙ୍କୁ ଡାକୁଛନ୍ତି ଜଗା ଦୁଆରେ ବସି ନିର୍ମାଲ୍ୟ ବିକୁଛନ୍ତି

ଅଦ୍ୟତନ ହୋଇଛି
4444

କନକ ବ୍ୟୁରୋ: ମୁଣ୍ଡ ଉପର ଛାଇ ପାଇଁ କାନ୍ଧରେ ଭଙ୍ଗା ଛତାଟିଏ, ପାଦରେ ହଳେ ଛିଡିଯାଇଥିବା ପ୍ଲାଷ୍ଟିକ୍ ଚପଲ । ବୟସ ଶହେ ଛୁଇଁଲାଣି, ଦେହର ଚମ ଧୁଡୁଧୁଡୁ ବି ହୋଇଗଲାଣି । ଶେଷ ନିଶ୍ୱାସ ନେଉଥିବା ବୟସରେ ବିଶ୍ୱାସର ବଡ଼ଦାଣ୍ଡରେ ବସି ଭୋକ ପାଇଁ ଚାଲିଛି ନାଟ । ଛଳଛଳ ଆଖିରେ ନୀଳକନ୍ଦରକୁ ଚାହୁଁଛନ୍ତି, ପୁଣି ଘଡ଼ିଏ ଅଟକି ଭୋକ ମାରିବାକୁ ଭକ୍ତଙ୍କ ଭିଡ଼ ଭିତରକୁ ଭରସା କରୁଛନ୍ତି । ଭଲା ଏ ବୟସରେ ନିର୍ମାଲ୍ୟ ଖାଇବା ଲୋକଟି ଯେତେବେଳେ ନିର୍ମାଲ୍ୟ ବିକି ଜିଇଁବାକୁ ଜଗା ଦୁଆରେ ସଂଘର୍ଷ କରୁଛି, ତା’ଠୁ ବଡ଼ ବିଚିତ୍ର ଲୀଳା ଅବା କ’ଣ ହୋଇପାରେ । ଭାଗ୍ୟକୁ ଆଦରୀ ଜନ୍ମକଲା ପିଲାଙ୍କୁ ଭଗାରୀ କହି ଭାବବିନୋଦିଆ ଶରଣରେ ପଡ଼ି ରହିଛି ଶତାୟୁ ନୀଳ ମାଉସୀ । 


ଖୋର୍ଦ୍ଧା ଭୁଷୁଣ୍ଡପୁରର ନୀଳ ମାଉସୀ । ୭ ବର୍ଷ ପୂର୍ବେ ସ୍ୱାମୀ ଆଖିବୁଜିଦେଲା ପରେ ନୀଳ ମାଉସୀଙ୍କ ଜୀବନରେ ଦୁଃଖ ଯେମିତି ଜୁଆର ଭଳି ମାଡ଼ି ଆସିଛି । ଝିଅକୁ ବାହାଦେଲା ପରେ ଜନ୍ମକଲା ପୁଅ ବାହାସାହା ହୋଇ ଶ୍ୱଶୁର ଘରେ ରହୁଛି, ଆଉ ସେବେଠୁ ନୀଳ ମାଉସୀ ସାଜିଛନ୍ତି ନିଳାଚଳଧାମର ନିର୍ମାଲ୍ୟ ବିକାଳୀ । କେବେ ୧୦୦ ତ କେବେ ୧୫୦ ଆଉ କେବେ ଆଦୌ ବିକ୍ରୀ ହୁଏନି ନିର୍ମାଲ୍ୟ, ପେଟର ଭୋକକୁ ମାରି କାଳିଆକୁ କଷ୍ଟର କାହାଣୀ କହି ସେଇଠି ପଡ଼ି ରୁହନ୍ତି ଏ ଶତାୟୁ ବୃଦ୍ଧା ଜଣକ । 
ମାଉସୀଙ୍କୁ ସିଂହଦ୍ୱାର ସମ୍ମୁଖରେ ଯିଏ ଦେଖନ୍ତି ତାଙ୍କ ଅସହାୟତାକୁ ଆହାଃ ପଦେ କହି ଚାଲିଯାଆନ୍ତି । ହଁ କିଏ ବା କାହିଁକି ତାଙ୍କ ଅନ୍ତରଆତ୍ମାକୁ ପଢ଼ିବ? ହେଲେ କନକ ନ୍ୟୁଜର ପୁରୀ ପ୍ରତିନିଧି ସୀମାଞ୍ଚଳ ପାଢ଼ୀ, ମାଉସୀଙ୍କ ଦୁଃଖଭରା କାହାଣୀକୁ ଦେଖିଲା ପରେ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଛନ୍ତି । ଆଉ ନୀଳ ମାଉସୀଙ୍କ ଏଭଳି ସଂଘର୍ଷଭରା ଜୀବନ କାହାଣୀକୁ ଯିଏ ବି ଶୁଣୁଛନ୍ତି ଘଡ଼ିଏ ଅଟକି ଯାଉଛନ୍ତି, ଦୁଇ ମୁଠା ନିର୍ମାଲ୍ୟ କିଣୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe