କନକ ବ୍ୟୁରୋ: ସୋସିଆଲ ମିଡ଼ିଆରେ ଏବେ କେବଳ ଗୋଟିଏ ନାଁ ଅତୁଲ ସୁଭାଷ । ସଫ୍ଟୱେର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପୂର୍ବର ଭିଡ଼ିଓ ସାରା ଦେଶକୁ ଦୋହଲାଇ ଦେଇଛି । ଅତୁଲ ସୁସାଇଡ୍ କରିବା ପୂର୍ବରୁ ତାଙ୍କ ୪ ବର୍ଷର ପୁଅ ପାଇଁ ଏକ ଚିଠିଟିଏ ଲେଖିଛନ୍ତି ଯାହାକୁ ୨୦୩୮ରେ ଖୋଲିବାକୁ କହିଛନ୍ତି । ସୁସାଇଡ୍ ନୋଟରେ ଅତୁଲ ଲେଖିଛନ୍ତି, ମୋ ସ୍ତ୍ରୀ ମୋ ପୁଅଠୁ ମୋତେ ଦୂରେଇ ରଖିଥିଲା, ଏମିତି କି କେବେ ମୋ ପୁଅ ସହ ଦେଖା କରିବାକୁ ଦେଇନଥିଲା ବୋଲି ମନକଥା ସୁସାଇଡ୍ ନୋଟରେ କହିଛନ୍ତି ।
ପୁଲିସ କହିବାକୁ ମୁତାବକ, ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ହସ୍ତଗତ ହୋଇଛି । ଯେଉଁଥିରେ ଅତୁଙ୍କୁ ତାଙ୍କ ପତ୍ନୀ ଦେଉଥିବା ମାନସିକ ନିର୍ଯ୍ୟାତନା, ପତ୍ନୀଙ୍କ ସମ୍ପର୍କୀୟ ଦେଉଥିବା ଧମକଚମକ, ୟୁପିର ଜଣେ ବିଚାରପତିଙ୍କ ଦ୍ୱାରା ପ୍ରତାରିତ ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ସବୁ ସୁସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି ଅତୁଲ । ଏପରିକି ଫ୍ୟାନରେ ଝୁଲୁଥିବା ଅତୁଲଙ୍କ ଶବରେ ଏକ ପେପର ଲାଗିରହିଥିଲା ଯେଉଁଥିରେ ଲେଖାଥିଲା ‘ନ୍ୟାୟ ମିଳିବା ବାକି ରହିଲା’ ।
ଭେଣ୍ଡିଆ ପୁଅକୁ ହରାଇ କାନ୍ଦି କାନ୍ଦି ଅଚେତ୍ ହୋଇପଡୁଛି ମାଆ । ପଥର ପାଲଟିଯାଇଛି ବାପା । କାହାକୁ କ’ଣ ବା କହିବୁ ଯେଉଁଠି ଖୋଦ୍ ଆଇନ୍ କାନୁନ ମୋ ପୁଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି, ସେଠି ଅନ୍ୟ ଉପରେ ଦୋଷ କେମିତି ଦେବୁ ବୋଲି କହୁଛନ୍ତି ଅତୁଲଙ୍କ ବାପା-ମାଆ । ଅନ୍ୟପଟେ ସମାଜକୁ ନାରୀକୈନ୍ଦ୍ରୀକ ଆକ୍ଷେପ କରି ପ୍ରଶ୍ନର ପାହାଡ଼ ଉପରେ ଛିଡ଼ା କରିଛି ଅତୁଲଙ୍କ ଆତ୍ମହତ୍ୟା । ଅତୁଲଙ୍କ ଆତ୍ମହତ୍ୟା ବି ଏକ ପଲିଟିକାଲ ଏଜେଣ୍ଡା ପାଲଟିଯାଇଛି । ଏଭଳି ଘଟଣାରେ ୯୯ ପ୍ରତିଶତ ଭୁଲ ପୁରୁଷଙ୍କର ରହିଛି ବୋଲି ବିଜେପି ସାଂସଦ କଙ୍ଗନା ରାଣାୱତ କହିଥିବା ବେଳେ, କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଆଇନକାନୁକୁ କାଠଗଡ଼ାକୁ ଟାଣିଛନ୍ତି ।
#ସବୁ_ଭୁଲ_ପୁରୁଷର_କି? #ଆଖି_ଖୋଲିବ_କି_ଅତୁଲଙ୍କ_ଆତ୍ମହତ୍ୟା? ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ସପ୍ଟୱେର ଇଞ୍ଜିନିୟର ଅତୁଲ...
Posted by Kanak News on Wednesday, December 11, 2024
ତେବେ ଅତୁଲଙ୍କ ଆତ୍ମହତ୍ୟା ପରେ ତାଙ୍କୁ ନ୍ୟାୟ ମିଳୁବୋଲି ସୋସିଆଲ ମିଡ଼ିଆରେ ସ୍ୱର ଉଠୁଛି । ଏବଂ ପ୍ରଶ୍ନ କରାଯାଉଛି ଯେ, ଆଜିର ଶିକ୍ଷିତ ସମାଜରେ ଫେମିନିଜିମର ଫାଇଦା ଉଠାଯାଉନି କି? ନାରୀବାଦର ଦ୍ୱାହି ଦେଇ କିଛି ଖଳପ୍ରକୃତିର ନାରୀମାନେ ମଣିଷପଣିଆ ହରାଉନାହାନ୍ତି କି? ଯଦି ଉଭୟ ପୁରୁଷ ଓ ନାରୀ ଗୋଟେ ମୁଦ୍ରାର ଦୁଇ ପାଶ୍ୱର୍ ଭଳି! ତାହାହେଲେ ପୁରୁଷ ବି ପ୍ରତାରିତ ହେଉନାହାନ୍ତି କି? ମିଛ ମାମଲାରେ ବି ଫସିଯାଉନାହାନ୍ତି କି? ଯଦି ଏ ସଭ୍ୟ ସମାଜ ଉଭୟ ନାରୀ ଓ ପୁରୁଷକୁ ସମାନ ଦୃଷ୍ଟିର ଦେଖନ୍ତା, କିମ୍ବା ଭୁଲ ଠିକର ବିଚାର କରନ୍ତା ତାହାହେଲେ ଅନେକ ଅତୁଲ ଏ ଆଇନ୍ କାନୁନର ଆଖି ନାହିଁ ବୋଲି କୁହନ୍ତେ ନାହିଁ କିମ୍ବା ଆତ୍ମହତ୍ୟା କରିବାକୁ ପଛନ୍ତେ ନାହିଁ ।