କନକ ବ୍ୟୁରୋ: ଡିଜିଟାଲ ଇଣ୍ଡିଆ ମାନେ ଡିଜିଟାଲ ପେମେଣ୍ଟ । ଆଉ ଡିଜିଟାଲ ପେମେଣ୍ଟ ମାନେ ୟୁପିଆଇ । ଆଜିକାଲି ୟୁପିଆଇ ପେମେଣ୍ଟ ଏତେ ସାଧାରଣ କଥା ହୋଇଗଲାଣି ଯେ, ପାନଦୋକାନଠୁ ଫିଲ୍ମ ହଲ୍, କ୍ୟାବଠୁ ଆରମ୍ଭ କରି ହାଟ-ବଜାର ସବୁଠି କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ବା ୟୁପିଆଇର ଆବଶ୍ୟକତା ବଢ଼ିବାରେ ଲାଗିଛି । ତେବେ ଆପଣ ଯଦି ୟୁପିଆଇ ପେମେଣ୍ଟ କରୁଛନ୍ତି ତା’ହେଲେ ୟୁପିଆଇ ପେମେଣ୍ଟ କ୍ଷେତ୍ରରେ ପହିଲାରୁ ବଡ଼ ପରିବର୍ତ୍ତନ ହେବାକୁଯାଉଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ବା ଏନପିସିଆଇ ଫେବ୍ରୁଆରୀ ଆରମ୍ଭରୁ କିଛି ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ରୋକ୍ ଲଗାଇବାକୁ ଯାଉଛି ।  ଏନେଇ ଜାତୀୟ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ଆପଣ ଜାଣିବା ନିହାତି ଦରକାର ।

Advertisment

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟ ନେଇ ଏକ ସର୍କୁଲାର ଜାରି କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଫେବ୍ରୁଆରୀ ୧ ତାରିଖରୁ ସ୍ପେଶାଲ କ୍ୟାରେକ୍ଟର୍ସରେ ଖୋଲା ହୋଇଥିବା ୟୁପିଆଇ ଆଇଡି ଗୁଡ଼ିକରେ କୌଣସି ଟ୍ରାଞ୍ଜାକ୍ସନ ଗ୍ରହଣ କରାଯିବ ନାହିଁ । କେବଳ ଆଲ୍ଫାନ୍ୟୁମେରିକ କ୍ୟାରେକ୍ଟର୍ସର୍ରେ ଖୋଲା ହୋଇଥିବା ୟୁପିଆଇ ଆଇଡିରେ ହିଁ ନେଣଦେଣ ହୋଇପାରିବ । ଯେଉଁମାନେ ଫେବ୍ରୁଆରୀ ୧ ତାରିଖରୁ ଏହି ନିୟମ ପାଳନ କରିବେନି ସେମାନଙ୍କ ୟୁପିଆଇ ଆଇଡିକୁ ବ୍ଲକ୍ କରିଦିଆଯିବ ବୋଲି ଏନପିସିଆଇ ସର୍କୁଲାରରେ ଉଲ୍ଲେଖ କରିଛି ।

ଏନପିସିଆଇର ଗାଇଡଲାଇନ୍ କ’ଣ?

ଏନପିସିଆଇ ବା ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଜାରି କରିଥିବା ଗାଇଡଲାଇନ୍ ମୁତାବକ, ଫେବ୍ରୁଆରୀ ୧ ତାରିଖରୁ କେବଳ ଆଲ୍ଫାନ୍ୟୁମେରିକ କ୍ୟାରେକ୍ଟର୍ସର୍ର ୟୁପିଆଇ ଆଇଡିରେ ହିଁ ପେମେଣ୍ଟ ଗ୍ରହଣ କରାଯିବ । ଏନେଇ ୟୁପିଆଇ ଅପରେଟର୍ସଙ୍କୁ ରୋକଠୋକ୍ ସର୍କୁଲାରର ଜାରି କରିଛି ଏନପିସିଆଇ । ଯଦି ଏହି ନିୟମକୁ ୟୁପିଆଇ ଅପରେଟର୍ସ ପାଳନ କରନ୍ତି ତାଙ୍କ ଆପ ବ୍ୟବହାରକାରୀଙ୍କ ପେମେଣ୍ଟ କୌଣସି ସେଣ୍ଟ୍ରାଲ ସିଷ୍ଟମ ଆପ୍ ଟ୍ରାଞ୍ଜାକ୍ସନ ନେଇ ଅନୁମତି ପ୍ରଦାନ କରିବେ ନାହିଁ । ଏହା କିଭଳି ସେମାନଙ୍କ ଉପଭୋକ୍ତା ବ୍ୟବହାର କରିବେ ତାହା ୟୁପିଆଇ ଅପରେଟର୍ସଙ୍କ ଆପ୍ ନିର୍ମାତାଙ୍କ ଉପରେ ନିଶ୍ଚିତ କରିବେ ।

#ଏହି_UPI_ୟୁଜର୍ସଙ୍କ_ଟ୍ରାଞ୍ଜାକ୍ସନ_ହେବ_ବ୍ଲକ୍! ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ଼ ଖବର! ନିୟମ ନମାନିଲେ ପହିଲାରୁ ଏହିସବୁ ୟୁପିଆଇ ୟୁଜର୍ସଙ୍କ...

Posted by Kanak News on Thursday, January 30, 2025

ସବୁଠାରୁ ବଡ଼ କଥା ହେଲା, ଯେଉଁ ସମୟରେ ଖୁଚୁରା ପେମେଣ୍ଟ ଅପରେଟର ମାନେ କ୍ୟାସଲେସ କାରବାର ପାଇଁ ୟୁପିଆଇ ବିକଳ୍ପର ବ୍ୟବହାର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସେହି ସମୟରେ ଏନପିସିଆଇ ଏଭଳି ନିଷ୍ପତ୍ତି ନେଇଛି । ୨୦୧୬ରୁ ବିମୁଦ୍ରୀକରଣ ପରେ ଭାରତରେ ଡିଜିଟାଲ ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ବ୍ୟତୀତ ବିଦେଶରେ ମଧ୍ୟ ୟୁପିଆଇ ପେମେଣ୍ଟ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁଥିରେ ସାମିଲ ଅଛନ୍ତି ଶ୍ରୀଲଙ୍କା, ଭୁଟାନ, ମରିସସ୍ ଏବଂ ଫ୍ରାନ୍ସ ଭଳି ଦେଶ ।

ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ୟୁପିଆଇଧାରୀଙ୍କୁ ସ୍ପେଶାଲ କ୍ୟାରେକ୍ଟର୍ସ ବଦଳରେ ବର୍ଣ୍ଣମାଳା ବା ଆଲ୍ଫାନ୍ୟୁମେରିକ୍ କ୍ୟାରେକ୍ଟର୍ସ ବ୍ୟବହାର କରିବାକୁ ପୂର୍ବରୁ ମଧ୍ୟ ପରାମର୍ଶ ଦେଇଥିଲା । ଯାହାକୁ କିଛି ଉପଭୋକ୍ତା ପାଳନ ମଧ୍ୟ କରି ୟୁପିଆଇ ପେମେଣ୍ଟ କରୁଛନ୍ତି ହେଲେ କିଛି ୟୁପିଆଇଧାରୀ ଏହି ନିୟମକୁ ପାଳନ ନକରୁଥିବାରୁ ନପିସିଆଇ ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ସମସ୍ତ ବ୍ୟାଙ୍କ ଗୁଡ଼ିକୁ ମଧ୍ୟ କେନ୍ଦ୍ରୀୟ ବ୍ୟବସ୍ଥା ଦ୍ୱାରା ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।