କନକ ବ୍ୟୁରୋ: ମହିଳାଙ୍କ ମାସିକ ଧର୍ମ ପ୍ରକୃତି ପ୍ରଦତ ।  ଏହା  ହେଉଛି ମହିଳାଙ୍କ ବଡି କ୍ଲିନିଙ୍ଗ ର ଏକ ମାଧ୍ୟମ  ।  ଯଦି ଏ ସମ୍ପର୍କିତ ଆଲୋଚନା କରିବା ତେବେ  ଅଧିକାଂଶ ମହିଳାଙ୍କର ୪ରୁ ୭ ଦିନ ଯାଏ ବ୍ଲିଡିଙ୍ଗ ହୋଇଥାଏ ।  କିନ୍ତୁ ଆଉ କିଛି କିଛି ମହିଳାଙ୍କ ଏହା ଠାରୁ  ଆହୁରି ଲମ୍ବା ସମୟ ପର୍ଯ୍ୟନ୍ତ ବ୍ଲିଡିଙ୍ଗ  ଲାଗିରହିଥାଏ ।  ଏହି ଅନିୟମିତତାର କାରଣ  ସାଧାରଣତଃ କେବେ କେବେ ଜୀବନଶୈଳିରେ  ପରିବର୍ତ୍ତନ, ଷ୍ଟ୍ରେସ,  ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା  ଅଥବା ହରମୋନ ଇନବାଲାନ୍ସ ଯୋଗୁ ହୋଇଥାଏ ।  ଏସବୁ କାରଣରୁ  ପିରିୟଡ୍ସ  ୮/୧୦,  ଦିନ ହୋଇଥାଏ, ଯାହା  କିଛି ମହିଳାଙ୍କ  କ୍ଷେତ୍ରରେ ସାଧରଣ  କଥା।  କିନ୍ତୁ ୧୦୦୦ ଦିନ ବ୍ଲିଡିଙ୍ଗ ହେବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସସ୍ପୂର୍ଣ୍ଣ ସତ । ଏଭଳି ଗୁରୁତର ସମସ୍ୟାର ସମୁଖୀନ ହେଉଥିବା ମହିଳାଙ୍କ ନା ହେଉଛି ପୋପି ।  ପୋପି ଏକ ଭିଡିଓ ସେୟାର କରି ତାଙ୍କର ଏହି ସମସ୍ୟା ବିଷୟରେ କହିଛନ୍ତି । ପୋପି ଭିଡିଓରେ କହିଛନ୍ତି   ଏକ ବର୍ଷରୁ ଅଧିକ  ସମୟ  ହୋଇଯିବ ମୁଁ ଏହି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛି ।  ଡାକ୍ତରମାନେ ଜାଣି ପାରୁ ନାହାଁନ୍ତି ବ୍ଲିଡିଙ୍ଗ କାହିଁକି ହେଉଛି । ଏହି କାରଣରୁ ମୋ ବଡିର ଆଇରନ୍‌ ଲେବଲ ବହୁତ କମ୍‌ ହେଇଗଲାଣି ।  ଶରିରରେ ପିଡା ହେଉଛି ।  ସବୁ ଟେଷ୍ଟ କରିସାରିଛି, ସୁବ ପ୍ରକାରର ଚିକିତ୍ସା କରାଇବା ସହ ସବୁ ପ୍ରକାରର ମେଡିସିନ୍ ମଧ୍ୟ ଖାଇ ସାରିଛି ।  ମୋର ପୂରା ଶରୀର କଷ୍ଟ ହେଉଛି ।  ହାଡ ଦରଜ ହେବା ସହ  ଲଗାତାର ମୁଣ୍ଡ ଦରଜ ହେଉଛି ।  ବାନ୍ତି ବି ଲାଗୁଛି । 

Advertisment


ପୋପିଙ୍କ ଏଭଳି  ସାଙ୍ଘାତିକ ସ୍ଥିତି ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି ।  କାରଣ ଡାକ୍ତରମାନେ ମଧ୍ୟ ପୋପିଙ୍କ ବ୍ଲିଡିଙ୍ଗ ହେବାର କାରଣ ଖୋଜି ପାଉନାହାଁନ୍ତି । ଅନେକ  ପରୀକ୍ଷା ନିରିକ୍ଷା ପରେ ଡାକ୍ତର ଜାଣିବାକୁ ପାଇଲେ ଯେ ମହିଳାଙ୍କ  ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍  ଥିଲା କିନ୍ତୁ ଡାକ୍ତର ଏହା ମଧ୍ୟ  କହିଲେ   ଓଭାରିରେ ସିଷ୍ଟ୍ କାରଣରୁ ବ୍ଲିଡିଙ୍ଗ ବନ୍ଦ ହେଉନି । ପୋପିଙ୍କ ମାସିକ ଧର୍ମ ସସମ୍ୟା  ୩ ବର୍ଷ ପୂର୍ବରୁ  ଆରମ୍ଭ ହୋଇଥିଲା ଯେତେବେଳେ ୨ ସପ୍ତାହ ପର୍ଯ୍ୟନ୍ତ ବ୍ଲିଡିଙ୍ଗ ଲଗାତାର ହୋଇଥିଲା ।  ଏହି ସମସ୍ୟା ନେଇ ସେ ଡାକ୍ତରଙ୍କ  ନିକଟକୁ ଯାଇଥିଲେ  ଡାକ୍ତର ତାଙ୍କୁ   କିଛି ମେଡିସିନ୍‌ ଦେଇ ଗୋଟିଏ ସପ୍ତାହ ଅପେକ୍ଷା କରିବାକୁ  କହିଥିଲେ ।  ଏହା ପରେ ବି ଯେତେବେଳେ  ବ୍ଲିଡିଙ୍ଗ ନ ରହିଲା  ଡାକ୍ତର ପୋପିଙ୍କୁ ଏକ ଟାବ୍ଲେଟ   ଦେଇଥିଲେ ବ୍ଲିଡିଙ୍ଗ ବନ୍ଦ କରିବା ପାଇଁ  କିନ୍ତୁ କିଛି ଫରକ ନ ପଡିବାରୁ  ଦୁଇ ସପ୍ତାହ ପରେ  ପୋପି ପୁଣି ଅନ୍ୟ ଏକ ଡାକ୍ତରଙ୍କୁ ଦେଖାଇଥିଲେ । ସେ  ପୁଣି ଅନେକ ମେଡିସିନ୍‌  ଲେଖିଦେଇଥିଲେ ଖାଇବାକୁ । ଏଥିସହିତ  ଅନେକ ଟେଷ୍ଟ କରିବାକୁ  ଡାକ୍ତର ଲେଖିଦେଲେ । ଏହା ପରେ  ପୋପିଙ୍କ  ଗର୍ଭାଶୟରେ  ସିଷ୍ଟ ହୋଇଥିବାର ଜଣାପଡିଥିଲା। ଡାକ୍ତର କହିଲେ ଯେ ଏହି ସିଷ୍ଟ୍‌  ବ୍ଲିଡିଙ୍ଗ ଏବଂ ଦରଜର  କାରଣ ହୋଇପାରେ ।  ଡାକ୍ତର  ପୋପିଙ୍କ  ହିଷ୍ଟେରୋସ୍କୋପି କରାଇଲେ । ଗର୍ଭାଶୟ ଭିତର ଯାଞ୍ଚ୍‌ କରିବାର ଏକ  ପ୍ରକ୍ରିୟା  ହିଷ୍ଟେରୋସ୍କୋପି  ।  

ଏହି ଯାଞ୍ଚ ପରେ  ପୋପିଙ୍କୁ   ଜଣେ ଏକ୍ସପର୍ଟଙ୍କ ପାଖକୁ ପଠାଯାଇଥିଲା ।  ଏକ୍ସପର୍ଟ  ପୋପି ଙ୍କୁ ମେଡିସିନ୍‌ ଦେବା ସହ  ତାଙ୍କ ଶରୀରରେ  ଡିଭାଇସ୍‌  ଇନ୍‌ସର୍ଟ କରିଥିଲେ ଯେ କଣ ପାଇଁ  ବ୍ଲିଡିଙ୍ଗ ହେଉଛି ତଥାପି କିଛି ଜଣା ପଡିନଥିଲା ।  ଏମିତି କିଛି ଦିନ ପରେ  ପୋପି କରିଥିବା ଭିଡିଓରେ ଜଣେ ୟୁଜର କମେଣ୍ଟ ଦେଇଥିଲେ କି  ଏହି ମହିଳାଙ୍କ ଗର୍ଭାଶୟର ଆକାର ହାର୍ଟ ସେଫ୍‌ର ହୋଇଥାଇପାରେ । ଆଉ ଏଥିପାଇଁ  ୩ ବର୍ଷ ହେବ ବ୍ଲିଡ୍‌   ହେଇଚାଲିଛି ।  ଏହି କମେଣ୍ଟ ଦେଖି ପୋପି ଗୁରୁତ୍ବରସହ ନେଇ ଯାଞ୍ଚ୍‌ କରାଇଥିଲେ।  ଏହା ପରେ ଜଣାପଡିଥିଲା ଯେ ପୋପିଙ୍କୁ  ବାଇକାର୍ନୁଏଟ୍‌  ୟୁଟ୍ରସ  ନାମକ ଏକ  ବିରଳ ରୋଗ  ହୋଇଛି ।  ବାଇକାର୍ନୁଏଟ୍‌  ୟୁଟ୍ରସ   ଏକ ବିରଳ ରୋଗ ।  ଜନ୍ମ ହେବା ପରେ ପରେ ମହିଳା ଙ୍କ ଗର୍ଭାଶୟ ଦୁଇଟି କକ୍ଷରେ ବିଭକ୍ତ ହୋଇଯାଇଥାଏ ।  ଏପରି ଗର୍ଭାଶୟ ୫ ପ୍ରତିଶତରୁ କମ୍‌ ମହିଳାଙ୍କ ଠାରେ ଦେଖାଯାଇଥାଏ।  ଅଧିକାଂଶ କ୍ଷେତ୍ରରେ  ମହିଳାଙ୍କୁ ଜଣାପଡିନଥାଏ ଯେ ସେମାନଙ୍କର  ଗର୍ଭାଶୟ ହାର୍ଟ ସେଭ୍‌ ର, କାରଣ ଆପଣଙ୍କୁ ଏହାର କୌଣସି ଖାସ୍‌ ଲକ୍ଷଣ ଦେଖାଦେଇନଥାଏ ।  ଯେଉଁଥିପାଇଁ ମହିଳାଙ୍କୁ ଏ ବିଷୟରେ ଜଣାପଡିନଥାଏ।  ତେବେ ବର୍ତ୍ତମାନ ପୋପି   ଡାକ୍ତରଙ୍କ ପରାମର୍ଶରେ ସର୍ଜରୀ ପାଇଁ ଭାବିଛନ୍ତି ।  
 

ଏହି ରୋଗର ଚିକିତ୍ସା କଣ ?
 ମେଟ୍ରୋପ୍ଲାଷ୍ଟି  ନାମକ ସର୍ଜରୀ  ମାଧ୍ୟମରେ  ଏହାର ଚିକିତ୍ସା କରାଯାଇପାରେ ।  କିନ୍ତୁ ଏହି ସର୍ଜରୀ କେବଳ ବିଶେଷ ପରିସ୍ଥିତିରେ କରାଯାଏ । ଏହା ଲାପ୍ରୋସ୍କୋପିକ ମାଧ୍ୟମରେ  କରାଯାଇଥାଏ।  ତେବେ ମେଟ୍ରୋପ୍ଲାଷ୍ଟି  କରିବା ପରେ ଗର୍ଭଧାରଣ କରିବା ପାଇଁ  ମହିଳାଙ୍କୁ  ପାଖାପାଖି ତିନି ମାସ ସମୟ ଅପେକ୍ଷା କରିବାକୁ ପଡିଥାଏ।