ରେଡିଓ ଚକଲେଟ୍ ପକ୍ଷରୁ ଗଣତନ୍ତ୍ରର ୭୬ତମ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜୟ ହୋ’

Advertisment

ଗତକାଲି ରେଡିଓ ଚକଲେଟ୍ ପକ୍ଷରୁ ଗଣତନ୍ତ୍ରର ୭୬ତମ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜୟ ହୋ’। ଏଥିରେ ୪ରୁ ୧୦ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଗତକାଲି ରେଡିଓ ଚକଲେଟ୍ ପକ୍ଷରୁ ଗଣତନ୍ତ୍ରର ୭୬ତମ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜୟ ହୋ’। ଏଥିରେ ୪ରୁ ୧୦ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

radio choclate

Photograph: (kanak news)

କନକ ବ୍ୟୁରୋ: ଗତକାଲି ରେଡିଓ ଚକଲେଟ୍ ପକ୍ଷରୁ ଗଣତନ୍ତ୍ରର ୭୬ତମ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଜୟ ହୋ’। ଏଥିରେ ୪ରୁ ୧୦ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେମାନେ ରାଣୀ ଲକ୍ଷ୍ମୀବାଈ, ଭଗତ ସିଂହ, ସୁଭାଷ ଚନ୍ଦ୍ର ବୋଷ, ଇନ୍ଦିରା ଗାନ୍ଧୀ, ସୈନିକ, ଭାରତ ମାତା ପ୍ରମୁଖଙ୍କ ରୂପ ନେଇ ତାଙ୍କର ପ୍ରସିଦ୍ଧ କାର୍ଯ୍ୟ ଓ ସ୍ଲୋଗାନଗୁଡ଼ିକ ପ୍ରକାଶ କରିଥିଲେ । ଏଥିରେ ସହରର ବିଭିନ୍ନ ବିଦ୍ୟାଳୟରୁ ୧୩୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବିଚାରକ ଭାବେ ଶୁଶ୍ରୁତ ହସ୍ପିଟାଲ ଆଣ୍ଡ ଟ୍ରମାକେୟାରର ପ୍ରତିଷ୍ଠାତା ସିଇଓ ଚିଦାତ୍ମିକା ଖଟୁଆ, ବିଶିଷ୍ଟ ଗୀତିକାର ଗୁରୁ ପ୍ରସାଦ ଶତପଥୀ ଯୋଗ ଦେଇଥିଲେ । ଅତିଥି ଭାବେ ରେଡିଓ ଚକଲେଟ୍‌ର ପ୍ରୋଗ୍ରାମିଂ ମୁଖ୍ୟ ଆର୍‌ଜେ ସଂଗ୍ରାମ, ରେଡିଓ ଚକଲେଟ୍‌ ଓ ଜନକ ନ୍ୟୁଜର ସେଲ୍ସ ମୁଖ୍ୟ କଲ୍ୟାଣେନ୍ଦୁ ନାୟକ, ଆଞ୍ଚଳିକ ମାର୍କେଟିଂ ମୁଖ୍ୟ ପ୍ରଶାନ୍ତ କୁମାର ମାଲୁ ପ୍ରମୁଖ ଯୋଗ ଦେଇଥିଲେ। ସଂଧ୍ୟାରେ ଆୟୋଜିତ କାର୍ୟ୍ୟକ୍ରମରେ କଣ୍ଠଶିଳ୍ପୀ ଏସ ଜିତୁ ଓ ସ୍ମରଣିକା ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ । ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କ ସମେତ ଆଉ ୭ଜଣ ପିଲାଙ୍କୁ ସାକ୍ସନାମୂଳକ ପୁରସ୍କାର ଓ ୧୦ଜଣଙ୍କୁ ସ୍ବତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା ଏଥିସ‌ହିତ ଅଭିଭାବକଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବନଦୁର୍ଗା ରିୟଲକନ ପ୍ରାଇଭେଟ୍ ଲିମିଟେଡ, ତାରିଣୀ ଅଟୋମୋବାଇଲସ୍, ପଣ୍ଡା ଟ୍ରାଭେଲ୍‌ ମାର୍ଟ, ଓସାକ୍ସ, ଜାଭେରି ଗୋଲଡ୍ ଆଣ୍ଡ ଡାଇମଣ୍ଡ, ଶୁଶ୍ରୁତ ହସ୍ପିଟାଲ୍ ଆଣ୍ଡ ଟ୍ରମାକେୟାର, କଳିଙ୍ଗ ଭାରତୀ ରେସିଡେନସିଆଲ କଲେଜ, ଶ୍ରୀ ଛପନ ଭୋଗ, ନିଞ୍ଜା ବ୍ରେନ, ଅଖିଲ ଫଟୋଗ୍ରାଫି ପ୍ରମୁଖ ପ୍ରାୟୋଜକ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଆରଜେ କୋମଲ, ଆରଜେ ମହେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe