କନକ ବ୍ୟୁରୋ: ହାତୀ ପାଇଁ ଆସିବ ସ୍ବତନ୍ତ୍ର ନୀତି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳା ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ବର ଚନ୍ଦକା ଗୋଡ଼ିବାରିରେ ଏହି କର୍ମଶାଳ ଆରମ୍ଭ ହୋଇଛି। ଏଠାରେ ହାତୀମାନଙ୍କ ଗବେଷଣା ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହି କେନ୍ଦ୍ରର ନାଁ ରଖାଯାଇଛି ସ୍ପେଣ୍ଟର ଫର ସ୍ପିସିଜ୍ ସର୍ଭାଇଭାଲ୍। ଇଣ୍ଡରନେସନାଲ ୟୁନିୟନ୍ ଫର କନ୍ଜରଭେସନ୍ ଅଫ୍ ନେଚର, ଭାରତୀୟ ବନ୍ୟଜନ୍ତୁ ଟ୍ରଷ୍ଟ ଓ କଲମ୍ବସ୍ ଚିଡ଼ିଆଖାନାର ମିଳିତ ସହଯୋଗରେ ଏହି କେନ୍ଦ୍ର ଚାଲିବ। ଏସୀୟ ହାତୀଙ୍କ ରୋଗ ନିରାକରଣ ସହ ମଣିଷ-ହାତୀଙ୍କ ଲଢେଇରେ ରୋକ୍ ପାଇଁ ଗବେଷଣା କରାଯିବ। ହାତୀଙ୍କ ସଂରକ୍ଷଣ ଓ ଗବେଷଣା ପାଇଁ ଏହି କେନ୍ଦ୍ର ଖୋଲାଯାଇଛି।
ହାତୀ ପାଇଁ ଆସିବ ସ୍ବତନ୍ତ୍ର ନୀତି: ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳା ଉଦ୍ଘାଟନ କରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ଚନ୍ଦକା ଗୋଡ଼ିବାରିରେ ଏହି କର୍ମଶାଳ ଆରମ୍ଭ ହୋଇଛି। ଏଠାରେ ହାତୀମାନଙ୍କ ଗବେଷଣା ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହି କେନ୍ଦ୍ରର ନାଁ ରଖାଯାଇଛି ସ୍ପେଣ୍ଟର ଫର ସ୍ପିସିଜ୍ ସର୍ଭାଇଭାଲ୍।
/kanak/media/media_files/2025/08/21/43-2025-08-21-13-49-34.jpg)