କନକ ବ୍ୟୁରୋ : ଆଜି ହେବାକୁ ଥିବା ସ୍ପେଶାଲ ଓଟିଇଟି ପରୀକ୍ଷା ସ୍ଥଗିତ । ପେପର-୧ ଓ ପେପର-୨ର ପରୀକ୍ଷା ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ଫଳରେ ୭୫ ହଜାର ଶିକ୍ଷକ ନିରାଶ ହୋଇଛନ୍ତି । ସ୍ପେଶାଲ ଓଟିଇଟିର ପେପର-୧ ଓ ପେପର-୨ର ପରୀକ୍ଷା କାହିଁକି ସ୍ଥଗିତ ରଖାଯାଇଛି ତାହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଛି । ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ଗତକାଲି ରାତିରେ ସୋସିଆଲ ମିଡିଆରେ ହାତଲେଖା ପ୍ରଶ୍ନପତ୍ର ଓ ଉତ୍ତର ଘୁରି ବୁଲିଥିଲା । ଏହା ସେହି ପ୍ରଶ୍ନପତ୍ର ଓ ଉତ୍ତର କି ନୁହେଁ ତାହା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ବିଳମ୍ବିତ ରାତିରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ସ୍ଥଗିତ ରହିଲା ସ୍ପେଶାଲ ଓଟିଇଟି ପରୀକ୍ଷା : ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ Paper-1 ଓ Paper-2 ପରୀକ୍ଷା ସ୍ଥଗିତ
ପେପର-୧ ଓ ପେପର-୨ର ପରୀକ୍ଷା ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି । ଫଳରେ ୭୫ ହଜାର ଶିକ୍ଷକ ନିରାଶ ହୋଇଛନ୍ତି ।
/kanak/media/media_files/2025/07/20/otet-exam-2025-07-20-08-51-44.jpg)