Ganjam Photograph: (Kanak News)
କନକ ବ୍ୟୁରୋ : ଗଞ୍ଜାମ ଆସିକା ପୁଲିସ୍କୁ ବଡ଼ ସଫଳତା । ଗୋଟିଏ ରାତିରେ ବନ୍ଧାହେଲେ ୩୪ ଅପରାଧି । ଆସିକା ପୁଲିସ ଉପଖଣ୍ଡରେ ମିଳିତ ଚଢ଼ଉ କରାଯାଇ ୭ ଏମ୍.ଏମ୍ ମାଉଜର ସହିତ ୨ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ବେଆଇନ ମଦ ପ୍ରସ୍ତୁତି ବେଳେ ୫ଜଣ ଓ ଜୁଆଆଡ୍ଡାରେ ଚଢ଼ାଉ କରି ୨୭ ଜଣଙ୍କୁ ଗିରଫ କରାଯାଇଛି । ଆସିକା ଏସଡିପିଓ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ବରେ ଆସିକା ପୁଲିସର ଏକ ଟିମ୍ ଥାନାଧିକାରୀ କୁଳମଣି ସେଠୀଙ୍କ ସହିତ କାଳଷଣ୍ଢପୁର ନିକଟ ଋଷିକୁଲ୍ୟା ନଦୀ ବ୍ରିଜ୍ ଉପରେ କଡା ଚେକିଂ କରି ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ୭ ଏମ୍.ଏମ୍ ମାଉଜର ଓ ୩ଟି ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିଲା ।
ତେବେ କାହାକୁ ଟାର୍ଗେଟ୍ କରି ମାଉଜର୍ ଆଣିଥିଲେ ତାହାର ତଦନ୍ତ କରୁଛି ପୁଲିସ । ସେହିପରି ଆସିକା ଥାନା ଅଧୀନ ବାଲିସିରା ଓ ବଡ଼ଗଡ଼ ଥାନା ଅଧୀନ ରୁଗୁମୁ ଗାଁରେ ଚଢ଼ାଉ କରି ତିନି ହଜାର ଲିଟର ପୋଚ ନଷ୍ଟ କରିବା ସହିତ ୧୫୦ ଲିଟର ମଦ,ଗୁଡ଼ ଓ ୟୁରିଆ ଜବତ ହୋଇଛି । ଅନ୍ୟପଟେ, ଧରାକୋଟ, ପାଟପୁର, ହିଞ୍ଜିଳି, ବଡ଼ଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ଼ା ଉପରେ ଚଢ଼ଉ କରି ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଜବତ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।
ଅଧ୍କ ପଢ଼ନ୍ତୁ---୨୦୨୬ରେ ଚମକିବ ଭାରତର ଅର୍ଥନୀତି
Follow Us