କନକ ବ୍ୟୁରୋ : ପଶ୍ଚିମ ଓଡିଆର ଗଣପର୍ବ ନୂଆଖାଇ । ଏହି ନୂଆଁଖାଇରେ ଘରେ ଘରେ ସ୍ୱତନ୍ନ ଧରଣର ତଥା ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ତିଆରି ହୋଇଥାଏ । ସେହି ଭିତରେ ପଶ୍ଚିମ ଓଡିଶାବାସୀ ପ୍ରିୟ ଖାଦ୍ୟ କରଡିର ସ୍ୱତନ୍ତ୍ର ରୁଚି ରହିଛି । ନୂଆଁଖାଇ ଦିନ କରଡ଼ିରେ ତିଆରି ହୋଇଥାଏ ସ୍ୱତନ୍ତ୍ର ଖାଦ୍ୟ । କରଡ଼ି ଖଟା, କରଡି ଭଜା, କରଡି ମାଖନ ଶାଗ ଏହିପରି ଅନେକ କିଛି । ନୂଆଁଖାଇ ପାଇଁ ଘରେ କରଡିରେ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ଖାଦ୍ୟ ।

Advertisment

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ଖାଦ୍ୟର ମଜା ବେଶ ନିଆରା । ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରିୟଖାଦ୍ୟ ମଧ୍ୟରୁ କରଡ଼ି ଅନ୍ୟତମ । ସୁସ୍ୱାଦୁ କରଡ଼ିକୁ ନେଇ ପ୍ରସ୍ତୁତି ହୁଏ ଅନେକ ପ୍ରକାର ବ୍ୟଞ୍ଜନ । କରଡ଼ି ଭଜା, କରଡ଼ି ମାଖନଶାଗ ହେଉ କି କରଡ଼ିରେ ପ୍ରସ୍ତୁତ ଖଟା । ଧନୀ ହେଉ କି ଗରିବ ସମସ୍ତଙ୍କ ଘରେ କରଡ଼ିରେ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ଖାଦ୍ୟ । ନୂଆଁଖାଇ ହାଟରୁ କିଣା ହୋଇଥାଏ କରଡ଼ି ଏବଂ ଏହାକୁ ଗ୍ରାମାଞ୍ଚଳର ଲୋକମାନେ ଜଙ୍ଗଲରୁ ମଧ୍ୟ ଏହାକୁ ସଂଗ୍ରହ କରିଥାନ୍ତି ।

କରଡ଼ିର ଚାହିଦା ବର୍ଷ ସାରା ରହିଥିଲେ ବି ନୂଆଁଖାଇରେ ଏହା ସମସ୍ତଙ୍କ ପାଇଁ ରୁଚିକର ଖାଦ୍ୟ ହୋଇଥାଏ । ତେଣୁ କରଡ଼ି ସଂଗ୍ରହ କରିବା ପ୍ରଣାଳୀର ମଧ୍ୟ ଭିନ୍ନ । ବାଉଁଶ ଗଜାରୁ ପ୍ରସ୍ତୁତ ହୋଇଥାଏ ଏହି କରଡି । ଜଙ୍ଗଲରୁ ବାଉଁଶ ଗଜା ଆଣି ଛୋଟ ଛୋଟ ଭାବରେ କଟାଯାଇଥାଏ । ଛୋଟ ଛୋଟ ବାଉଁଶଗଜା ଖଣ୍ଡକୁ ସିଆଁଳି ପତ୍ରର ଖଲିରେ ବାନ୍ଧି ତାକୁ ସାଇତି ରଖାଯାଏ । ଚାରିଦିନ ରଖୁବା ପରେ ସେଥିରେ ଖାଦ୍ୟ ପ୍ରସ୍ତୁତ ହୁଏ । କରଡ଼ିକୁ ନୂଆଁଖାଇରେ ବନ୍ଧୁ ବାନ୍ଧବ ମାନଙ୍କୁ ମଧ୍ୟ ବେଭାର ଆକାରରେ ଦେଇଥାନ୍ତି ପଶ୍ଚିମ ଓଡ଼ିଶାବାସୀ ।

କୃଷି ଓ କୃଷକର ପର୍ବ ନୂଆଁଖାଇରେ ପ୍ରସ୍ତୁତ ହୋଇଥାଏ ବିଭିନ୍ନ ବ୍ୟଞ୍ଜନ । ତା’ଭିତରେ କରଡ଼ି ଅନ୍ୟତମ । ତେଣୁ କରଡ଼ିରେ ତିଆରି ଖାଦ୍ୟର ବେଶ ଚାହିଦା ରୁହେ ଗଣପର୍ବ ନୁଆଁଖାଇରେ ।