କନକ ବ୍ୟୁରୋ: ରାଜଧାନୀକୁ ନୂଆ ରୂପ ଦେବାକୁ ରାଜ୍ୟ ସରକାର ବଡ଼ ପ୍ଲାନ କରିଛନ୍ତି। ଜିଲ୍ଲାରୁ ଭୁବନେଶ୍ବର ଆସୁଥିବା ଲୋକଙ୍କର ଯେପରି ଅସୁବିଧା ନହେବ ସେଥିପାଇଁ ରାଜଧାନୀରେ ନିର୍ମାଣ ହେବ ସ୍ବତନ୍ତ୍ର ଅତିଥି ଭବନ । ପ୍ରତି ଜିଲ୍ଲା ପାଇଁ ୧୦୦ କୋଠରିବିଶିଷ୍ଟ ଗେଷ୍ଟ ହାଉସ ନିର୍ମାଣ କରାଯିବ । ୩୦ ଜିଲ୍ଲା ପାଇଁ ୩୦ଟି ଅତିଥି ଭବନରେ ୩୦୦୦ କୋଠରି ରହିବ । ଗେଷ୍ଟ ହାଉସଗୁଡ଼ିକୁ ପ୍ରତି ଜିଲ୍ଲା ନାଁରେ ନାମିତ କରାଯିବ । ବିଜେପି ସରକାର ବର୍ଷପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଥିବାବେଳେ ଏହି ବଡ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଏବେର ଲୋକସେବା ଭବନ ଓ ବିଧାନସଭା ଭଙ୍ଗାଯାଇ ନୂଆ ନୂଆ କୋଠା ନିର୍ମାଣ କରାଯିବ । ନୂଆ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳ ବିନିଯୋଗରେ ବାତ୍ୟା ପ୍ରତିରୋଧକ କୋଠା ନିର୍ମାଣ କରାଯିବ । ବିଶ୍ବସ୍ତରୀୟ କନଭେନସନର ପରିକଳ୍ପନା ସ୍ବରପ ନିର୍ମାଣ ହେବ ଓଡ଼ିଶା ମଣ୍ଡପ । ଚନ୍ଦ୍ରଶେଖରପୁରରେ ୧୦ ହଜାର ଲୋକ ବସିବା ଭଳି ବିଶାଳ ଓଡ଼ିଶା ମଣ୍ଡପ ନିର୍ମାଣ କରାଯିବ। ଇଣ୍ଡିଆନ ଵିଲ୍ଡିଂ କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବିରାଜ୍ ହରିଚନ୍ଦନ । ଏଥିସହ ପ୍ରକଳ୍ପଗୁଡିକ କିପରି ଶିଘ୍ର ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ସେନେଇ ସରକାର ଗୁରୁତ୍ବ ଦେଉଥିବା କହିଛନ୍ତି ମନ୍ତ୍ରୀ । ଭୁବନେଶ୍ବରର ସୌନ୍ଦର୍ଯ୍ୟ ଯେପରି ନଷ୍ଟ ନହୋଇ ବିକାଶମୂଳକ କାର୍ଯ୍ୟ ହେବ ସେଥିପାଇଁ ସରକାର ଗୁରୁତ୍ବ ଦେଇଛନ୍ତି । ମେଟ୍ରୋ ଟ୍ରେନ୍ ବିମ୍ ଉପରେ ଗଡ଼ିବା ପରିବର୍ତ୍ତେ ମାଟିତଳେ ଚାଲିବ। ଏଲିଭେଟେଡ ମେଟ୍ରୋ ହେବ ନାହିଁ। ଏସମ୍ପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ନିର୍ମାଣ ହେବ ସ୍ବତନ୍ତ୍ର ଅତିଥି ଭବନ, ପ୍ରତି ଜିଲ୍ଲା ପାଇଁ ରହିବ ୧୦୦ କୋଠରି
ପୁରୁଣାକୁ ଭାଂଗି ନୂଆ କରି ଗଢ଼ା ହେବ ଲୋକସେବା ଭବନ ଓ ବିଧାନସଭା କୋଠା । ଚନ୍ଦ୍ରଶେଖରପୁରରେ ହେବ ବିଶାଳ ଓଡ଼ିଶା ମଣ୍ଡପ ।
/kanak/media/media_files/2025/06/08/aG35bAqbKvW2S49Q3x4F.jpg)