କନକ ବ୍ୟୁରୋ : ସୁନ୍ଦରଗଡ଼ ବେଆଇନ୍‌ ଖଣିର ତଦନ୍ତ କରିବ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ । ରାଜ୍ୟ ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ ଏହାର ତଦନ୍ତ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ହେମଗିରି ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଠାବ ହୋଇଛି ବେଆଇନ୍‌ ଖଣି ।

Advertisment

୯ ଜଣିଆ ଟିମ୍‌ ଏହାର ତଦନ୍ତ କରିବ । ଟିମ୍‌ରେ ୩ ଜଣ ଉପନିର୍ଦ୍ଦେଶକ, ଜଣେ ଡିଡିଜି ଏବଂ ଜଣେ ମାଇନିଂ ଅଫିସର ସମେତ ୪ ପୁଲିସ ଅଧିକାରୀ ରହିବେ । ଶୁକ୍ରବାରଠାରୁ ଏହି ଟିମ୍‌ ତଦନ୍ତ କାମ ଆରମ୍ଭ କରିବ ।

ସୁନ୍ଦରଗଡ଼ ତେଲେନଡିହି, ରତନସରା ଓ ଭୋଗରାକଛାର ଅଞ୍ଚଳରୁ କୋଟି କୋଟି ଟଙ୍କାର କୋଇଲା ଲୁଟର ପର୍ଦ୍ଦାଫାଶ ହେବା ପରେ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏମସିଏଲ କ୍ଷେତ୍ର ଅଧିନରେ ଥିବା ଅଞ୍ଚଳରୁ ଏତେ ବଡ ଲୁଟ୍ ଚାଲିଥିଲେ ବି କେହି କେମିତି ଜାଣି ପାରିଲାନି ତାହା ସମସ୍ତଙ୍କୁ ଚକିତ କରିଛି । ତେବେ କନକ ନ୍ୟୁଜ ଖଣି କେଳେଙ୍କାରୀର ପର୍ଦ୍ଦାଫାଶ କରିବା ପରେ ଦୁଇ ଦିନ ହେଲା ଚଢ଼ାଉ ଜାରି ରଖିଛି ଜିଲ୍ଲା ପ୍ରଶାସନ । ଖଣି ବିଭାଗ ଉପନିର୍ଦ୍ଦେଶକ ସମେତ ସ୍ୱତନ୍ତ୍ର ଟିମ୍ ଦ୍ୱିତୀୟ ଦିନରେ ଚଢ଼ାଉ କରିଛନ୍ତି । ହେମଗିରି ଅଞ୍ଚଳର କୋଲ ୱାସେରି ଓ କୋଲ ଡିପୋରେ ଚାଲିଛି ରେଡ୍ । ଗଛିତ ଥିବା କୋଇଲାକୁ ଜବତ କରିବା ସହ କେଉଁଠିକୁ ଯାଉଥିଲା ତାର ଚେର ଖୋଜୁଛନ୍ତି ସ୍ୱତନ୍ତ୍ର ଟିମ୍ ।