କନକ ବ୍ୟୁରୋ : ଇଞ୍ଜିନିୟରିଂ ଛାତ୍ରଙ୍କ ଗଞ୍ଜେଇ ବେପାର। କମିଶନରେଟ ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ପଞ୍ଝାରେ ପଡ଼ିଥିବା ଗଞ୍ଜେଇ ମାଫିଆଙ୍କ ଭିତରେ ରହିଛନ୍ତି ଇଞ୍ଜିନିୟରିଂ ଛାତ୍ର। ଗତକାଲି ରାତିରେ ସ୍ପେସିଆଲ କ୍ରାଇମ୍ ୟୁନିଟ ୫ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଦାମୀ ଗାଡ଼ି,୧୩୦ କେଜି ଗଂଜେଇ ଜବତ କରାଯାଇଛି।
ଜଙ୍କିଆର ମାଷ୍ଟର ମାଇଣ୍ଡ ପୁଷ୍ପକ ଶ୍ରୀଚନ୍ଦନଙ୍କ ଶିକ୍ଷାଗତ ଯୋଗ୍ୟତା ଇଞ୍ଜିନିୟରିଂ। କନ୍ଧମାଳରୁ ୩ହଜାରରେ ଗଂଜେଇ ଆଣି କୋଲକାତାରେ ୮ ହଜାରରେ ବିକ୍ରି କରୁଥିଲା ଅଭିଯୁକ୍ତ। କନ୍ଧମାଳ ଫିରୀଙ୍ଗରୁ ଗଞ୍ଜେଇ ଆଣି ଖୋର୍ଦ୍ଧା, ବାମିଖାଲରେ ଭଡ଼ା ଘରେ ଗଞ୍ଜେଇ ଷ୍ଟକ୍ କରି ରଖୁଥିଲେ । ପରେ ସୁଜଗ ଦେଖି କଲିକତା ଚାଲାଣ କରୁଥିଲା।
ଗଞ୍ଜେଇ ଟଙ୍କାରେ ରିଲ୍ସ କରୁଥିଲା ପୁଷ୍ପକ। ରିଲ୍ସ ପାଇଁ କୋଲକାତାରୁ ମଡେଲ ଆଣୁଥିଲା। ଯୁବତୀଙ୍କୁ ଦେଉଥିଲା ମୋଟା ଅଙ୍କର ଟଙ୍କା। ଓଡ଼ିଶାରୁ କଲିକତା ଗଞ୍ଜେଇ ନେବା ପାଇଁ ଗାଡ଼ି ଭଡ଼ା ୧ ଲକ୍ଷ ଟଙ୍କା ନେଉଥିଲେ। ଦାମୀ ଗାଡ଼ି କିଣିଥିଲା ପୁଷ୍ପକ। ତଦନ୍ତ ସମୟରେ ଜଣାପଡ଼ିଛି ଯେ, ୨ ମାସ ହେଲା ଗଞ୍ଜେଇ ବେପାରରେ ସାମିଲ ଥିଲେ ପୁରା ଟିମ। ଅଭିଯୁକ୍ତ ୨ଜଣ ଜଙ୍କିଆର, ଜଣେ ଯାଜପୁରର, ୨ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Nfknwqmib1rpxw8q3WTs.jpg)