କନକ ବ୍ୟୁରୋ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ବିଦାୟ ନେବ ବର୍ଷ ୨୦୨୫ । ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆ ବର୍ଷକୁ ସ୍ବାଗତ ଲାଗି ସବୁଠି ଉତ୍ସାହ। ଏଥିଲାଗି ବଜାରରେ କେକ୍ ଏବଂ ଫୁଲର ଚାହିଦା ଢେର୍ ବଢ଼ିଯାଇଛି । 

Advertisment

 ଭଳିକି ଭଳି ଡିଜାଇନ୍। ବିଭିନ୍ନ ପ୍ରକାରର ଫ୍ଲେଭର। ନୂଆ ବର୍ଷ ଲାଗି ଚାଲିଛି ସ୍ବତନ୍ତ୍ର କେକ୍ ପ୍ରସ୍ତୁତି । ଚାହିଦା ଏତେ ଯେ, କାରିଗରଙ୍କ ହାତକୁ ଫୁରସତ ନାହିଁ । ରେଶମ ସହର ବ୍ରହ୍ମପୁରର  କେକ୍ କିଣିବା ଲାଗି ବିଭିନ୍ନ ଦୋକାନରେ ଲାଗିଲାଣି ଭିଡ଼। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଦୋକାନୀ ମାନେ ମଧ୍ୟ ନାନା ରକମର କେକ୍ ପ୍ରସ୍ତୁତ କରି ରଖିଛନ୍ତି । କେଜି ପିଛା ୩ ଶହ ଟଙ୍କାରୁ ଆରମ୍ଭ କରି ୧୨ ଶହ ଟଙ୍କା ପର୍ଯ୍ୟନ୍ତ  ରହିଛି ଦାମ୍ । ଜିରୋ ନାଇଟ ସେଲିବ୍ରେସନ ସହ କେକ୍‌ କାଟି ନବବର୍ଷକୁ ସ୍ୱଗତ କରିବାକୁ ସଭିଏଁ ଚାହିଁ ବସିଛନ୍ତି ।

ଅଧିକ ପଢ଼ନ୍ତୁ : ଫିକା ପଡ଼ିପାରେ ଜିରୋ ନାଇଟ୍ ସେଲିବ୍ରେସନ, ବନ୍ଦ ରହିପାରେ ସ୍ବିଗି-ଜମାଟୋ ଡେଲିଭରି

ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ଫୁଲର ଚାହିଦା ବି ବଢ଼ିଯାଇଛି । ଖାଲି ଶୁଭେଚ୍ଛା ଜଣାଇବା ପାଇଁ କାହିଁକି, ଘରଦ୍ବାର ଏବଂ ଦୋକାନ ବଜାର ସାଜସଜା ଲାଗି ମଧ୍ୟ ଲୋକେ ଫୁଲ କିଣି ନେଉଛନ୍ତି । ଗ୍ରାହକଙ୍କ ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ଦୋକାନରେ ବିଭିନ୍ନ ପ୍ରକାରର ଫୁଲର ପସରା ମେଲାଇଛନ୍ତି । ଶହେ ଟଙ୍କାରୁ ନେଇ ହଜାରେ ଟଙ୍କା ପର୍ଯ୍ୟନ୍ତ ରହିଛି ଫୁଲ ବୁକେର ଦର ।