ଏଥର ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବଜେଟ୍ : ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ହଜାରେ କୋଟି ମଞ୍ଜୁର

Advertisment

ଚଳିତବର୍ଷ ବଜେଟ୍‌ରେ ରାଜ୍ୟ ସରକାର ପୁରୀକୁ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ବିକାଶ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ସରକାରଙ୍କ ଘୋଷଣା ପରେ ଅଟକି ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ଆଶା ଦେଖାଯାଇଛି।..

ଚଳିତବର୍ଷ ବଜେଟ୍‌ରେ ରାଜ୍ୟ ସରକାର ପୁରୀକୁ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ବିକାଶ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ସରକାରଙ୍କ ଘୋଷଣା ପରେ ଅଟକି ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ଆଶା ଦେଖାଯାଇଛି।..

Srimandira
କନକ ବ୍ୟୁରୋ: ଚଳିତବର୍ଷ ବଜେଟ୍‌ରେ ରାଜ୍ୟ ସରକାର ପୁରୀକୁ ଗୁରୁତ୍ବ ଦେଇଛନ୍ତି । ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ବିକାଶ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି। ସରକାରଙ୍କ ଘୋଷଣା ପରେ ଅଟକି ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ଆଶା ଦେଖାଯାଇଛି।..
            ରାଜ୍ୟ ବଜେଟ୍‌ରେ ଶ୍ରୀମନ୍ଦିରକୁ ଗୁରୁତ୍ବ
           ଶ୍ରୀଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ୧ ହଜାର କୋଟି
୧୭ ବର୍ଷ ହେବ ଶ୍ରୀକ୍ଷେତ୍ର ସଂସ୍କୃତି ସଂଗ୍ରହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ନିର୍ମାଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରରାଯାଉ ନଥିଲା। ଚଳିତ ବଜେଟ୍‌ରେ ୧ ହଜାର କୋଟି ବ୍ୟୟବରାଦ ଏହାର କାର୍ଯ୍ୟକ୍ଷମ ଆଶା ଉଜ୍ଜୀବିତ କରିଛି। ପୁରୀ ବଳିଆପଣ୍ଡା ଅଞ୍ଚଳର ଓଡ଼ିଶା ଭବନ ନିକଟରେ ଏହି ପ୍ରକଳ୍ପ ପାଇଁ ୪ ଏକର ୬ ଡେସିମିଲ୍‌ ଜାଗା ଚିହ୍ନଟ ହୋଇଥିଲା। ପାଚେରି ଓ ଅନ୍ୟାନ୍ୟ ବାବଦକୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ ପରେ ଏହି କାର୍ଯ୍ୟ ଅଟକି ରହିଥିଲା। 
ବଜେଟ୍‌ରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି। ଏହା ମଧ୍ୟରେ ଶ୍ରୀଗୁଣ୍ଡିଚା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ସ୍ଥାନ। ମନ୍ଦିର ଚାରିପାଖର ଉନ୍ନତୀକରଣ, ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତି, କେବିପିସି, ରଘୁନନ୍ଦନ ଲାଇବ୍ରେରି, ସାଂସ୍କୃତିକ କେନ୍ଦ୍ର, ଇଣ୍ଟରପ୍ରିଟେସନ୍‌ ସେଣ୍ଟର ନୂତନ ଭାବେ ନିର୍ମାଣ କରାଯିବ। ରତ୍ନଭଣ୍ଡାର ସମ୍ପର୍କିତ କାର୍ଯ୍ୟ ପାଇଁ ୫କୋଟି ଟଙ୍କାର ଅନୁଦାନ ରଖାଯାଇଛି। ସମର୍ପଣ ଆପ୍‌ ମଧ୍ୟ ଘୋଷଣା କରାଯାଇଛି । ଏହା ଖୁବ୍‌ଶୀଘ୍ର ଲୋକାର୍ପିତ ହେବ   ।  ଶ୍ରୀଜଗନ୍ନାଥ ସଂସ୍କୃତି ସଂଗ୍ରହାଳୟ ପାଇଁ ଯେଉଁ ସ୍ଵପ୍ନ ଥିଲା, ତାହା ପୂରଣ ହେବାକୁ ଯାଉଛି। ଏହାଦ୍ବାରା କଳା, ସାହିତ୍ୟ, ସଂସ୍କୃତିରେ ଉନ୍ନତି ହେବା ସହ ଶ୍ରୀକ୍ଷେତ୍ରର ଉନ୍ନତି ହୋଇପାରିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe