କନକ ବ୍ୟୁରୋ : ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ଦର୍ଶନ । ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ  ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ବରିଷ୍ଠ ନାଗରିକ ଏବଂ ଦିବ୍ୟଙ୍ଗ ଓ ମହିଳା ଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ । ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ଦିଆଯାଇଛି ଦାୟିତ୍ୱ ।

Advertisment

କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା ହେବ । ମହାପ୍ରଭୁଙ୍କୁ ସ୍ପଷ୍ଟ ଦେଖିବା ପାଇଁ ବାହାର କାଠ ପାଖରେ ଭକ୍ତଙ୍କ ପାଇଁ ପଡ଼ିବ କାଠର ରାମ୍ପ୍ । ଏନେଇ  ଛତିଶା ନିଯୋଗ ସହ ଆଲୋଚନା ହୋଇ ସକରାତ୍ମକ ମନ୍ତବ୍ୟ ଆସିଛି ।

ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ଦର୍ଶନ

- ବାହାର କାଠରେ ଧାଡ଼ି ଦର୍ଶନ ବ୍ୟବସ୍ଥା
- ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା
- ଭକ୍ତମାନେ ଧାଡ଼ି ବ୍ୟବସ୍ଥାରେ ସାତପାହାଚ ଦେଇ କରିବେ ପ୍ରବେଶ
- ଦର୍ଶନ ସାରି ଘଣ୍ଟି ଦ୍ଵାର ଦେଇ ବାହାରିବେ
- ପୁରୁଷମାନଙ୍କ ପାଇଁ ୩ଟି ଧାଡ଼ି
- ବୟସ୍କ, ମହିଳା, ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ଅନ୍ୟ ୩ଟି ଧାଡ଼ି 
- ବାହାର କାଠ ପାଖରେ ରହିବ ଉଚ୍ଚ କାଠ ରାମ୍ପ
- କାଠ ରାମ୍ପ ଉପରୁ କରିବେ ଦର୍ଶନ 
- ମାର୍ଗଶୀର ମାସରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା 
- ପ୍ରଥମେ ତିନୋଟି ଧାଡ଼ି ଭକ୍ତ ଦର୍ଶନ କରିବେ
- ପରେ ଅନ୍ୟ ତିନୋଟି ଧାଡ଼ିର ଭକ୍ତ କରିବେ ଦର୍ଶନ 
- ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା