କନକ ବ୍ୟୁରୋ : କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ହଟାଇବା ପାଇଁ ସର୍ତ୍ତ ରଖିଲେ ବାଚସ୍ପତି । କ୍ଷମା ପ୍ରାର୍ଥନା ନକରିବା ଯାଏଁ ନିଲମ୍ବନ ପ୍ରତ୍ୟାହୃତ ହେବ ନାହିଁ କହିଛନ୍ତି ବାଚସ୍ପତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ସୂଚନା ଦେଇଛନ୍ତି । ସେପଟେ କିନ୍ତୁ କଂଗ୍ରେସ ବିଧାୟକମାନେ ନିଜ ଜିଦରେ ଅଟଳ । ତାରା ବାହିନୀପତି ଆଦୌ ଭୁଲ ମାଗିବେ ନାହିଁ । ବିଧାନସଭାରେ ବିଶୃଙ୍ଖଳା ପାଇଁ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ୭ଦିନ ପାଇଁ ସସପେଣ୍ଡ କରାଯାଇଛି । ତାରାଙ୍କ ନିଲମ୍ବନ ପରେ ପ୍ରଶ୍ନକାଳକୁ ବୟକଟ କରିଥିଲା କଂଗ୍ରେସ । ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବ ବୋଲି କହିଛି କଂଗ୍ରେସ ।
ସେପଟେ ତାରାଙ୍କୁ ସମର୍ଥନ କରିଛି ବିଜେଡି । ଶୂନ୍ୟକାଳରେ ନିଲମ୍ବନ ହଟାଇବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ ବିରୋଧୀ ଦଳ ଉପନେତା । ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କଂଗ୍ରେସ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟାଯାଉ । କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ଫେରାଇ ଅଣାଯାଉ । ଏହା ନ ହେଲେ ଗୃହ ପରିପୂର୍ଣ୍ଣ ହେବନାହିଁ । ଏପରିକି ତାରାପ୍ରସାଦଙ୍କ ଉପରୁ ନିଲମ୍ବନ ହଟାଇବା ପାଇଁ ବାଚସ୍ପତିଙ୍କୁ ଭେଟିଛନ୍ତି ବିଜେଡ଼ି ଟିମ୍ ।
ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ନାରୀ ନିର୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/13/8vNrxooDNxb58jx1IHIf.jpg)