କନକ ବ୍ୟୁରୋ: ବିଧାନସଭାରେ କଂଗ୍ରେସକୁ ଅନାସ୍ଥାକୁ ଗ୍ରହଣ କଲେନି ବାଚସ୍ପତି ସୁରମା ପାଢ଼ୀ । କଂଗ୍ରେସ ନେତା ରାଜ୍ୟ ସରକାରଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ପାଇଁ ଚିଠି ଲେଖିଥିଲେ, ତାକୁ ବାଚସ୍ପତି ଗ୍ରହଣ କରିନାହାନ୍ତି । ଯାହାପରେ ସୋମବାର ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ । ଏହାସହ କଂଗ୍ରେସ ଅଭିଯୋଗ କରିଛି ଯେ, ବିଧାନସଭାରେ ଏହି ଏକ ଷଡଯନ୍ତ୍ର ।
ଜାଣିରଖିବା ଉଚିତ୍ ଯେ, ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା କଂଗ୍ରେସ । ଏନେଇ ବାଚସ୍ପତିଙ୍କୁ ଚିଠି ମଧ୍ୟ ଦେଇଥିଲେ କଂଗ୍ରେସ ନେତା । ଚର୍ଚ୍ଚା ହେଉଥିଲା ଏହି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବେ ତ? କାହିଁକି ନା ଲଗାତାର ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳୁଥିଲା । ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ଗୃହରେ ହୋ ହଲ୍ଲା କରିବା ସହ ବାରମ୍ବାର ଗୃହ ମୁଲତବି ହେଉଥିଲା । ତେଣୁ ଚର୍ଚ୍ଚା ହେଉଥିଲା ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନପାରନ୍ତି । ଆଉ ସତକୁ ସତ ବାଚସ୍ପତି କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନାହାଁନ୍ତି ।
ଅନାସ୍ଥାକୁ ଗ୍ରହଣ କଲେନି ବାଚସ୍ପତି
— Kanak News (@kanak_news) September 22, 2025
କଂଗ୍ରେସ ବିଧାୟକଙ୍କ ବିରୋଧ
କଂଗ୍ରେସ କହିଲା ଏହା ଏକ ଷଡ଼୍ଯନ୍ତ୍ର #MonsoonSession#OdishaAssembly#KanakNewspic.twitter.com/DlBLQpsNUi
ତେବେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଗ୍ରହଣ ନହେବା ପରେ କଂଗ୍ରେସ ନେତାମାନେ ବିଧାନସଭାରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କଂଗ୍ରେସ ବିଧାୟକମାନେ ଗୃହତ୍ୟାଗ କରିବା ସହିତ ପ୍ରତିବାଦ କରିଛନ୍ତି ।