ବାଚସ୍ପତି ବହୁତ ବୁଝାଇଲେ, ବିରୋଧୀ କିଛି ଶୁଣିଲେନି: ଗୃହ ୪ଟା ଯାଏଁ ମୁଲତବି

ବିଧାନସଭାରେ ବାଚସ୍ପତି ବହୁତ ବୁଝାଇଲେ । ଗୃହର ସଦସ୍ୟମାନଙ୍କୁ ବାରମ୍ବାର ଅନୁରୋଧ ମଧ୍ୟ କଲେ । ହେଲେ କିଛି ବି ଫଳ ହେଲାନି । ଯାହାଫଳରେ ବାଧ୍ୟ ହୋଇ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।

ODISHA ASSEMBLY

କନକ ବ୍ୟୁରୋ: ବିଧାନସଭାରେ ବାଚସ୍ପତି ବହୁତ ବୁଝାଇଲେ । ଗୃହର ସଦସ୍ୟମାନଙ୍କୁ ବାରମ୍ବାର ଅନୁରୋଧ ମଧ୍ୟ କଲେ । ହେଲେ କିଛି ବି ଫଳ ହେଲାନି । ଯାହାଫଳରେ ବାଧ୍ୟ ହୋଇ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ସୋମବାର ବିଧାନସଭାରେ ପୁଣି ହଟ୍ଟଗୋଳ ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକମାନେ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିବା ସହିତ ବିଜେଡି ବିଧାୟକମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହାପରେ ବାଚସ୍ପତି ସୁରମା ପାଢୀ ଗୃହର ସଦସ୍ୟମାନଙ୍କୁ ଶୃଙ୍ଖଳିତ ଆଚରଣ କରିବାକୁ ଅନୁରୋଧ କରିଥିଲେ ହେଲେ ବିରୋଧୀ ସଦସ୍ୟମାନେ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲେ । ଯାହା ପରେ ବାଚସ୍ପତି ଗୃହକୁ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe