ଅନ୍ଧାରରେ ଅଧା ୟୁରୋପ : ଅଚାନକ ହେଲା ବ୍ଲାକଆଉଟ୍, ଟ୍ରେନରେ ବି ଲାଗିଲା ବ୍ରେକ୍...

Advertisment

ଅନ୍ଧାରରେ ଅଧା ୟୁରୋପ l ୟୁରୋପର ଅନେକ ଅଞ୍ଚଳରେ ଅଚାନକ ବ୍ଲାକଆଉଟ୍ ହେବା ନେଇ ଖବର ଆସିଛି l ୟୁରୋପୀୟ ଦେଶ ସ୍ପେନ ଏବଂ ପର୍ତ୍ତୁଗାଲରେ ବଡ଼ ଧରଣର ବିଦ୍ୟୁତ କାଟ ହୋଇଥିବା ରିପୋର୍ଟ ମିଳିଛି

ଅନ୍ଧାରରେ ଅଧା ୟୁରୋପ l ୟୁରୋପର ଅନେକ ଅଞ୍ଚଳରେ ଅଚାନକ ବ୍ଲାକଆଉଟ୍ ହେବା ନେଇ ଖବର ଆସିଛି l ୟୁରୋପୀୟ ଦେଶ ସ୍ପେନ ଏବଂ ପର୍ତ୍ତୁଗାଲରେ ବଡ଼ ଧରଣର ବିଦ୍ୟୁତ କାଟ ହୋଇଥିବା ରିପୋର୍ଟ ମିଳିଛି

ଅନ୍ଧାରରେ  ଅଧା ୟୁରୋପ

ଅନ୍ଧାରରେ ଅଧା ୟୁରୋପ Photograph: (KanakNews )

କନକ ବ୍ୟୁରୋ: ଅନ୍ଧାରରେ ଅଧା ୟୁରୋପ l ୟୁରୋପର ଅନେକ ଅଞ୍ଚଳରେ ଅଚାନକ ବ୍ଲାକଆଉଟ୍ ହେବା ନେଇ ଖବର ଆସିଛି l ୟୁରୋପୀୟ ଦେଶ ସ୍ପେନ ଏବଂ ପର୍ତ୍ତୁଗାଲରେ ବଡ଼ ଧରଣର ବିଦ୍ୟୁତ କାଟ ହୋଇଥିବା ରିପୋର୍ଟ ମିଳିଛି l ମିଳିଥିବା ସୂଚନା ମୁତାବକ, ଏହି ଦେଶଗୁଡ଼ିକର ରାଜଧାନୀଗୁଡ଼ିକରେ ମଧ୍ୟ ବିଦ୍ୟୁତ୍ କାଟ ହୋଇଛି l ଫ୍ରାନ୍ସର କିଛି ସହର ମଧ୍ୟ ଏହି ବ୍ଲାକଆଉଟ୍ ଦ୍ୱାରା ପ୍ରଭାବିତ ହୋଇଛି l

ସ୍ପେନର ସରକାରୀ ବିଦ୍ୟୁତ୍ କମ୍ପାନୀ ରେଡ୍ ଇଲେକ୍ଟ୍ରିକା କହିଛି ଯେ, ବିଦ୍ୟୁତ୍ ଯୋଗାଣକୁ ପୁଣିଥରେ ଆରମ୍ଭ କରିବା ପାଇଁ କାମ ଚାଲିଛି l ତେବେ ବର୍ତ୍ତମାନ ସମୟରେ ବ୍ଲାକ୍ଆଉଟ  କେଉଁ କାରଣରୁ ହେଲା, ସେନେଇ ଯାଞ୍ଚ କରାଯାଉଛି  l

ସେହିପରି ସ୍ପେନର ଜାତୀୟ ରେଳ କମ୍ପାନୀ ରେନଫେ କହିଛି ଯେ, ସ୍ଥାନୀୟ ସମୟ ରାତି ୧୨ଟା ୩୦ରେ ଦେଶର ସମ୍ପୂର୍ଣ୍ଣ ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ବିଚ୍ଛିନ୍ନ ହୋଇଯାଇଥିଲା l ତେଣୁ ଟ୍ରେନଗୁଡ଼ିକୁ ଅଟକାଯାଇଛି ଏବଂ କୌଣସି ଷ୍ଟେସନରୁ କୌଣସି ଟ୍ରେନ ଆସିନାହିଁ କିମ୍ବା ଛାଡିନାହିଁ l ତେବେ ପର୍ତ୍ତୁଗାଲରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ଦ୍ୱାରା ରାଜଧାନୀ ଲିସବନ୍ ଏବଂ ଆଖପାଖ ଅଞ୍ଚଳ ସହିତ ଦେଶର ଉତ୍ତର ଏବଂ ଦକ୍ଷିଣ ଅଂଶକୁ ଏହା ପ୍ରଭାବିତ କରିଥିଲା l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe