ସ୍ପେସଏକ୍ସର ଉଡ଼ାଣ ସଫଳ, ମହାକାଶରେ ପହଂଚିଲେ ୪ ମହାକାଶଚାରୀ

Advertisment

ଗତ ମାସରେ ନାସା ଜଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ମହାକାଶଚାରୀଙ୍କୁ ଫେରାଇ ଆଣିଥିଲା, ଯାହା ମାନବ ମହାକାଶ ଉଡ଼ାଣର ୬୫ ବର୍ଷର ଇତିହାସରେ ପ୍ରଥମ। ସ୍ପେସଏକ୍ସ ଚାରି ଜଣ ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନ୍ ପଠାଇଥିଲା, ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ିଯାଇଥିଲା

ଗତ ମାସରେ ନାସା ଜଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ମହାକାଶଚାରୀଙ୍କୁ ଫେରାଇ ଆଣିଥିଲା, ଯାହା ମାନବ ମହାକାଶ ଉଡ଼ାଣର ୬୫ ବର୍ଷର ଇତିହାସରେ ପ୍ରଥମ। ସ୍ପେସଏକ୍ସ ଚାରି ଜଣ ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନ୍ ପଠାଇଥିଲା, ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ିଯାଇଥିଲା

A5

କନକ ବ୍ୟୁରୋ : ଅଧା ରହିଯାଇଥିବା ମିଶନ ଏବେ ପୂରା ହେବ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ମହାକାଶରୁ ଫେରିଆସିଥିବା ମହାକାଶଚାରୀଙ୍କ ସ୍ଥାନରେ ଆଉ ୪ଜଣ ମହାକାଶଚାରୀ, ନାସାର ଜେସିକା ମେର, ଜ୍ୟାକ ହାଥାୱେ, ଫ୍ରାନ୍ସର ସୋଫି ଆଡେନୋଟ୍ ଓ ରୁଷର ଆଣ୍ଡ୍ରେ ଫେଡାୟେଭ ସ୍ପେସ୍ ଷ୍ଟେସନରେ ପହଞ୍ଚିଛନ୍ତି। ଗତ ଶନିବାର ସ୍ପେସ୍ ଏକ୍ସ କାନଭେରାଲରୁ ୪ଜଣ ମହାକାଶଚାରୀ ଯାତ୍ରା ଆରମ୍ଭ କରିଥିଲେ। ମତ୍ର ଗୋଟିଏ ଦିନ ବ୍ୟବଧାନରେ ସେମାନେ ସୁରକ୍ଷିତ ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି। 

ଅଧିକ ପଢ଼ନ୍ତୁ : ମହାକାଶରୁ ଶତ୍ରୁ ଉପରେ ନଜର : ସ୍ୱଦେଶୀ ଉପଗ୍ରହ ପ୍ରଯୁକ୍ତିରେ ଭାରତର ବଡ଼ ସଫଳତା

ଉଲ୍ଲେଖଯୋଗ୍ୟ, ଗତ ମାସରେ ନାସା ଜଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ମହାକାଶଚାରୀଙ୍କୁ ଫେରାଇ ଆଣିଥିଲା, ଯାହା ମାନବ ମହାକାଶ ଉଡ଼ାଣର ୬୫ ବର୍ଷର ଇତିହାସରେ ପ୍ରଥମ। ସ୍ପେସଏକ୍ସ ଚାରି ଜଣ ମହାକାଶଚାରୀଙ୍କୁ ସ୍ପେସ୍ ଷ୍ଟେସନ୍ ପଠାଇଥିଲା, ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ିଯାଇଥିଲା। ପରେ ତାଙ୍କୁ ଶୀଘ୍ର ଫେରିବାକୁ ପଡିଥିଲା। ଏହା ଫଳରେ ମିଶନରେ କେବଳ ତିନି ଜଣ କ୍ରୁ ସଦସ୍ୟ ରହିଲେ - ଜଣେ ଆମେରିକୀୟ ଏବଂ ଦୁଇଜଣ ରୁଷୀୟ। ଜଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ''ସ୍ପେସୱାକ୍'' ତାର ମିଶନକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲା। ତେବେ ବର୍ତ୍ତମାନ ଯେଉଁ ୪ଜଣ ମହାକାଶଚାରୀ ମହାକାଶ ଯାତ୍ରା କରିଛନ୍ତି, ସେମାନେ ଆସନ୍ତା ୮ ରୁ ୯ ମାସ ପର୍ୟ୍ୟନ୍ତ ମହାକାଶରେ ରହି ନିଜର ଗବେଷଣା ଜାରି ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe