କନକ ବ୍ୟୁରୋ: ମହାକାଶରୁ ଫେରୁଛନ୍ତି ୪ ମହାକାଶଚାରୀ । ରୁଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥୀବୀକୁ ଫେରୁଛି ସ୍ପେଶ ଏକ୍ସ । ପ୍ରାୟ ୬ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ୮ ମିଶନ । ଖରାପ ପାଣିପାଗ ଯୋଗୁଁ ମହାକାଶଚାରୀ ମାଥ୍ୟୁ ଡୋମିନିକ, ମାଇକେଲ ବେରେଟ, ଜିନେଟ ଏପ୍ସ, ଆଲୋକଜାଣ୍ଡର ଗ୍ରୋବନିକନ ଫେରିବେ । ଭାରତୀୟ ସମୟ ଅନୁସାରେ ଅକ୍ଟୋବର ୨୫ ଦିନ ୩ଟା ରେ ପୃଥୀବୀରେ ପହଁଚିବା କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୫ରେ ଫ୍ଲୋରିଡାର ସ୍ଫେଶ ସେଂଟରୁ ୩୯ଏରୁ ମହାକାଶକୁ ଯାତ୍ରା କରିଥିଲେ । ତେବେ ସେପ୍ଟେମ୍ବରରେ ଫେରିବା କାର୍ଯ୍ୟକ୍ରମ ଥିଲେ ବି ଖରାପ ପାଣିପାଗ କାରଣରୁ ଯାତ୍ରା ଅଟକିଥିଲା । ଅନ୍ୟପଟେ ସୁନୀତା ୱିଲିୟମ ଓ ଅନ୍ୟତମ ମହାକାଶକାରୀ ବୁଚ ବ୍ଲୋମର ଷ୍ଟାରଲାଇନର କ୍ୟାପସୁଲରେ ଯାଇ ମହାକାଶରେ ଫସିରହିଛନ୍ତି । ଯଥାଶିଘ୍ର ସେମାନଙ୍କୁ ଫେରାଇବା ପାଇଁ ନାସା ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି ।
ମହାକାଶଚାରୀଙ୍କୁ ନେଇ ଫେରୁଛି ସ୍ପେଶ ଏକ୍ସ: ୬ ମାସ ପରେ କ୍ରିୟୁ ମିଶନ ୮ ଫେରୁଥିବା ନାସାର ସୂଚନା
ମହାକାଶରୁ ଫେରୁଛନ୍ତି ୪ ମହାକାଶଚାରୀ । ରୁଷର ୩ଜଣ ଓ ଆମେରିକାର ଜଣେ ମହାକାଶଚାରୀଙ୍କୁ ନେଇ ପୃଥୀବୀକୁ ଫେରୁଛି ସ୍ପେଶ ଏକ୍ସ । ପ୍ରାୟ ୬ମାସ ପରେ ମହାକାଶଚାରୀଙ୍କୁ ଫେରାଇ ଆଣୁଛି ନାସାର କ୍ରିୟୁ ୮ ମିଶନ ।
/kanak/media/media_files/2024/10/25/sxYPUN9r8m2a4rbsM5xh.jpg)