କନକ ବ୍ୟୁରୋ : ଝାରସୁଗୁଡ଼ା ଜେଲରେ ଏସପିଙ୍କ ଅତର୍କିତ ଚଢ଼ାଉ । ବିପୁଳ ପରିମାଣର ଅବକାରୀ ଜିନିଷ ଜବତ ହୋଇଥିବା ନେଇ ସୂଚନା । ବୁଧବାର ହଠାତ୍ ଝାରୁସୁଗୁଡ଼ା ଜେଲରେ ଚଢ଼ାଉ କରିଥିଲେ ଏସପି । ଚଢ଼ାଉ ବେଳେ ବିଡି, ସିଗାରେଟ, ଖଇନି, ଗୁଟଖା ଜବତ ହୋଇଛି । ଏହାସହ କଏଦୀମାନଙ୍କ ଠାରୁ ଚିଲମ ଜବତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି। ତେବେ ଏସବୁ ଅବକାରୀ ଜିନିଷ କଏଦୀମାନେ କେଉଁଠୁ ପାଇଲେ, ସେ ନେଇ କିଛି ଜଣାପଡ଼ିନାହିଁ। ଏଥିରେ କାହାର ସଂପୃକ୍ତି ଅଛି, ସେ ନେଇ ଖୋଳତାଡ଼ କରୁଛି ପୁଲିସ।

Advertisment