କନକ ବ୍ୟୁରୋ: ବାଙ୍କୀ ଭଗିପୁର ଗାଁରେ ଗୋଷ୍ଠୀ ସଂଘର୍ଷ ପରେ ଘଟଣାସ୍ଥଳରେ ପହଞ୍ଚିଲେ ଗ୍ରାମାଞ୍ଚଳ ଏସ୍ପି । ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଏବେବି ଲାଗିରହିଛି ଚାପା ଉତ୍ତେଜନା । ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣରୁ ଅଧିକ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି ।
ଗତକାଲି ରାତିରେ ସେହି ଗାଁର କିଛି ଅସାମାଜିକ ଯୁବକ ରାସ୍ତାରେ ଯାଉଥିବା ଗାଡି ଉପରକୁ ଟେକା ଫିଙ୍ଗିଥିଲେ । ଯାହାକୁ ନେଇ ଗାଁର ଅନ୍ୟ କିଛି ଯୁବକ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀଙ୍କ ମଧରେ ବଚସା ହୋଇଥିଲା । ଏହାକୁ କେନ୍ଦ୍ରକରି ଆଜି ସକାଳୁ ଗୋଷ୍ଠୀଙ୍କ ମଧରେ ଟେକପଥର ମାଡ଼ ହୋଇଥିଲା । ଏଥିରେ ୪ଜଣରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେବି ଉତେଜନା ଲାଗି ରହିଛି । କଟକ ବାଙ୍କୀ ରାସ୍ତା ଅବରୋଧ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/11/V31OoEPT9k48M5cI0tE6.jpg)