ପୃଥିବୀକୁ ମାଡ଼ିଆସୁଛି ଭୟଙ୍କର ଉପଗ୍ରହ; ମାଟିରେ ମାଡ଼ ହେଲେ ହେଇଯିବ ବଡ଼ କ୍ଷତି!

Advertisment

୫୩ ବର୍ଷ ତଳର ଗୋଟିଏ ଉପଗ୍ରହ, ଏବେ ପୃଥିବୀ ପାଇଁ ବଡ଼ ବିପଦ ସାଜିଛି । ମହାକାଶରେ ଘୂରି ବୁଲୁଥିବା ଏହି ଉପଗ୍ରହ, ଯେକୌଣସି ମୁହୂର୍ତ୍ତରେ ପୃଥିବୀରେ ମାଡ଼ ହେବା ସହିତ ବଡ଼ ଧରଣର ବିସ୍ଫୋରଣ କରିପାରେ । କୁହାଯାଉଛି ମେ ୧୦ ତାରିଖ ବେଳକୁ ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିପାରେ

୫୩ ବର୍ଷ ତଳର ଗୋଟିଏ ଉପଗ୍ରହ, ଏବେ ପୃଥିବୀ ପାଇଁ ବଡ଼ ବିପଦ ସାଜିଛି । ମହାକାଶରେ ଘୂରି ବୁଲୁଥିବା ଏହି ଉପଗ୍ରହ, ଯେକୌଣସି ମୁହୂର୍ତ୍ତରେ ପୃଥିବୀରେ ମାଡ଼ ହେବା ସହିତ ବଡ଼ ଧରଣର ବିସ୍ଫୋରଣ କରିପାରେ । କୁହାଯାଉଛି ମେ ୧୦ ତାରିଖ ବେଳକୁ ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିପାରେ

ପୃଥିବୀକୁ ମାଡ଼ିଆସୁଛି ଭୟଙ୍କର ଉପଗ୍ରହ!

ପୃଥିବୀକୁ ମାଡ଼ିଆସୁଛି ଭୟଙ୍କର ଉପଗ୍ରହ! Photograph: (KanakNews )

କନକ ବ୍ୟୁରୋ: ୫୩ ବର୍ଷ ତଳର ଗୋଟିଏ ଉପଗ୍ରହ, ଏବେ ପୃଥିବୀ ପାଇଁ ବଡ଼ ବିପଦ ସାଜିଛି । ମହାକାଶରେ ଘୂରି ବୁଲୁଥିବା ଏହି ଉପଗ୍ରହ, ଯେକୌଣସି ମୁହୂର୍ତ୍ତରେ ପୃଥିବୀରେ ମାଡ଼ ହେବା ସହିତ ବଡ଼ ଧରଣର ବିସ୍ଫୋରଣ କରିପାରେ । କୁହାଯାଉଛି ମେ ୧୦ ତାରିଖ ବେଳକୁ ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିପାରେ । ଆଉ ପୃଥିବୀର ବାୟୁମଣ୍ଡଳରେ ଏହା ପଶିବା ମାତ୍ରେ ଏହା ଭୂଇଁ ଆଡ଼କୁ ଅତି ଜୋରରେ ଆସିବା ସହିତ ପୃଥିବୀ ପୃଷ୍ଠରେ ମାଡ଼ ହେଇପାରେ ।

୫ ଶହ କିଲୋର ଓଜନ ବିଶିଷ୍ଟ ଏହି ଉପଗ୍ରହକୁ ୧୯୭୨ ମସିହାରେ ସୋଭିଏତ୍ ୟୁନିୟନ୍  ଲଞ୍ଚ୍ କରିଥିଲା । ଯାହାକି ଶୁକ୍ର ଗ୍ରହରେ ଲ୍ୟାଣ୍ଡ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଶୁକ୍ର ଗ୍ରହରେ ଅଧିକ ଗରମ ସହିତ ବର୍ଷା ହେଉଥିବା କାରଣରୁ ଏହି ଉପଗ୍ରହକୁ ସବୁ ପରିସ୍ଥିତିକୁ ସହିବାକୁ ଡିଜାଇନ୍ କରାଯାଇଥିଲା । ହେଲେ ଟେକ୍ନିକାଲ ଭୁଲ ପାଇଁ ଏହି ଉପଗ୍ରହ ଶୁକ୍ର ଗ୍ରହରେ ଲ୍ୟାଣ୍ଡ ନ କରି ପୃଥିବୀର କକ୍ଷରେ ଫସିଯାଇଥିଲା ।

ସୋଭିଏତ୍ ୟୁନିୟନ୍ ଲଞ୍ଚ କରିଥିବା ଏହି ଉପଗ୍ରହର ମୁଖ୍ୟ ବଡିଟି, କିଛି ସମୟ ପରେ ଏହାଠୁ ଅଲଗା ହେଇଯାଇଥିଲା । ଯାହାପରେ କେବଳ ଲ୍ୟାଣ୍ଡରଟି ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ପୃଥିବୀ ଚାରିପଟେ ବୁଲିଆସୁଥିଲା ହେଲେ ଏହି ସାମାନ୍ୟ ଉପଗ୍ରହଟି ପୃଥିବୀ ପାଇଁ ଏବେ ବଡ଼ ବିପଦ ସାଜିଛି । ନେଦରଲ୍ୟାଣ୍ଡର ଡିଫେଲ୍ଟ ଟେକ୍ନିକାଲ ୟୁନିଭର୍ସିଟିର ଜଣେ ଅଧ୍ୟାପକଙ୍କ କହିବା ଅନୁଯାୟୀ, ଏହି ଉପଗ୍ରହଟି କୌଣସି ବି ମୁହୂର୍ତ୍ତରେ ପୃଥିବୀ ଉପରେ ମାଡ଼ ହେଇପାରେ ।

କୁହାଯାଉଛି ଏହି ଉପଗ୍ରହଟି ପୃଥିବୀ ପୃଷ୍ଠରେ ମାଡ଼ ହେଲେ ଏସିଆ, ୟୁରୋପ କିମ୍ବା ଆମେରିକାର କୌଣସି ଅଞ୍ଚଳରେ ପଡିପାରେ । ଏହାସହ ପୃଥିବୀର ଅନେକ ଅଞ୍ଚଳରେ ମହାସାଗର ଥିବାରୁ ଏହି ମହାସାଗରରେ ମଧ୍ୟ ପଡିପାରେ । ହେଲେ ଯଦି ମହାସାଗର ବାଦ୍, ଏହା ପୃଥିବୀର ଭୂ-ପୃଷ୍ଠରେ ପଡ଼େ ତେବେ ବଡ଼ ଧରଣ ବିସ୍ଫୋରଣ ହେଇପାରେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe