କନକ ବ୍ୟୁରୋ: ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଥିବା ବିଜେଡିରେ ପୁଣି ଉତ୍ସାହ ଭରିବାକୁ ପ୍ରୟାସ । ସଦସ୍ୟ ସଂଗ୍ରହ ଅଭିଯାନର ଆରମ୍ଭ କରି ସୁପ୍ରିମୋ ବିଜେଡି ନିଜ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେପଟେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏକ ବଡ଼ ବିସ୍ଫୋରଣ କରିଛନ୍ତି । ଜଣେ, ଦୁଇଜଣ ସରକାର ଚଳାଇଲେ, ଆଉ କର୍ମୀ ହତାଶ ହେଲେ ବୋଲି କହିଛନ୍ତି ଏହି ଯୁବ ବିଧାୟକ ।

Advertisment
  • ଶଙ୍ଖଭବନରେ ଘର ସଜାଡିବାକୁ ନବୀନଙ୍କ ପ୍ରୟାସ
  • କଟକରେ ପୁଣି ପଦାକୁ ଆସିଲା ବିଜେଡି କଳି  

ନିର୍ବାଚନ ହାରିବା ପରେ ବିଜେଡିକୁ ଘାରିଛି ସଙ୍ଗଠନ ଭୟ । ଯେମିତି କେହି କର୍ମୀ ବିଜେପି ଆଡକୁ ନଢଳନ୍ତି ସେଥିପାଇଁ ସତର୍କ ଆଉ ସଜାଗ ରହିବା ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି । ୨୦୨୪ ନିର୍ବାଚନରେ ପାଇଁଥିବା ୧ କୋଟି ୧ ଲକ୍ଷ ଭୋଟ ବ୍ୟାଙ୍କ କେମିତି ସୁରକ୍ଷିତ ରହିବ ସେନେଇ ନେତାଙ୍କୁ ଟାସ୍କ ବଣ୍ଟନ କରିଛନ୍ତି ବିଜେଡି ସୁପ୍ରିମୋ । ଶଙ୍ଖ ଭବନରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ବଳ ଦେଇଛନ୍ତି ନବୀନ ପଟ୍ଟନାୟକ  । ତେବେ ନବୀନ ଘର ସଜାଡିବାକୁ ଉଦ୍ୟମ କରୁଥିବାବେଳେ କଟକରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳ ବିସ୍ଫୋରକ ବୟାନ ଦେଇ କହିଛନ୍ତ, ନିର୍ବାଚନକୁ ତାଙ୍କୁ ହରାଇବାକୁ କିଛି ଦଳୀୟ ନେତା କଳାଟଙ୍କା ଖର୍ଚ୍ଚ କରିଥିଲେ । ଜଣେ, ଦୁଇଜଣ ସରକାର ଚଳାଇଲେ ଆଉ କର୍ମୀ ହତାଶ ହେଲେ । ହେଲେ କିଏ ସେ ନେତା ଓ କାହାକୁ ଇଙ୍ଗିତ କର ସୌଭିକ ତେରଛା ବାଣ ମାରିଛନ୍ତି ତାହା ଏବେ ଚର୍ଚ୍ଚାରେ...

ତେବେ ମିସଡ କଲ ମେମ୍ୱରସିପ ଡ୍ରାଇଭରୁ ଦୂରେଇ ରହି ଲୋକଙ୍କ ଘରକୁ ଯାଇ ଦଳରେ ସାମିଲ ହେବା ପାଇଁ ନେତାଙ୍କ ଆହ୍ୱାନ ଦେଇଛନ୍ତି ବିଡେଡି ସୁପ୍ରିମୋ । ସେପ୍ଟେମ୍ୱରରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ  ହୋଇସାରିଛି । ବିଜେପି ମଧ୍ୟ ୧ କୋଟି ସଦସ୍ୟତା ପାଇଁ ଟାର୍ଗେଟ ଫିକ୍ସ କରିଛି । ତେଣୁ ଆଗାମୀ ଦିନରେ ଗ୍ରାଉଣ୍ଡରେ  ସଦ୍ୟସତା ଯୋଗାଡ  ପାଇଁ ବିଜେଡି- ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରର ସଂଗଠନକୁ ସଜାଡିବା ଲକ୍ଷ୍ୟରେ ବିଜେପି, ବିଜେଡି । ତେଣୁ ଦୁଇମାସ ପରେ ଜଣାପଡିବ ସଦସ୍ୟ ସଂଗ୍ରହ ଅଭିଯାନରେ କିଏ ଆଗକୁ ଯାଇଛି ।