ଏଥର ସଅଳ ଆସିବ ମୌସୁମୀ: ମେ’ ୨୭ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା

ଚଳିତଥର ସହଳ ଆସିବ ମୌସୁମୀ । ପୂର୍ବବର୍ଷ ଅପେକ୍ଷା ଶୀଘ୍ର ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ୨୭ ମେରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

rgrgrgrg

Photograph: (kanak news)

କନକ ବ୍ୟୁରୋ: ଚଳିତଥର ସହଳ ଆସିବ ମୌସୁମୀ । ପୂର୍ବବର୍ଷ ଅପେକ୍ଷା ଶୀଘ୍ର ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ୨୭ ମେରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଗତବର୍ଷ ମେ ୩୧ ତାରିଖରେ କେରଳ ଉପକୂଳ ଛୁଇଁଥିଲା ମୌସୁମୀ ବାୟୁ । ସାଧାରଣତଃ କେରଳ ଉପକୂଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ଅଗ୍ରସର ହୋଇଥାଏ ମୌସୁମୀ ବାୟୁ । ତେଣୁ ଜୁନ୍ ୭ରୁ ୮ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏହାସହ ଚଳିତବର୍ଷ ମୌସୁମୀ ଋତୁରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe