କନକ ବ୍ୟୁରୋ : ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନାଗାର୍ଜୁନଙ୍କ କନଭେନସନ ସେଂଟର ଉପରେ ଚାଲିଲା ବୁଲଡୋଜର। ହାଇଦ୍ରାବାଦ ପ୍ରଶାସନ ପକ୍ଷରୁ ଏହାକୁ ଭଙ୍ଗାଯିବା ଆରମ୍ଭ ହୋଇଛି।  ୧୦ ଏକର ଜାଗା ଉପରେ ନିର୍ମାଣ ହୋଇଥିବା ଏହି ଏନ-କନଭେନସନ ସେଂଟର ଦୀର୍ଘଦିନ ଧରି ନଜରରେ ରହିଥିଲା। ବେଆଇନ ଭାବେ ଏହା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଆସୁଥିଲା। ପ୍ରାୟ ୩ ଏକର ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏହା ବିରୋଧରେ ନାଗାର୍ଜୁନଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଆଗାମୀ ଶୁଣାଣି ଯାଏ ପ୍ରଶାସନ ପକ୍ଷରୁ ଆଉ କିଛି ଭଙ୍ଗାଯାଇପାରିବ ନାହିଁ ବୋଲି ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।