କୋରାପୁଟ ର ପ୍ରାକୃତିକ ପରିବେଶରେ ଚାଲିଛି ସାଉଥ ଷ୍ଟାର ମହେଶ ବାବୁଙ୍କ ଫିଲ୍ଲ ସୁଟିଂ : ମହେଶ ବାବୁଙ୍କୁ ଦେଖିବାକୁ ଲୋକଙ୍କ ଭିଡ

କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି । ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ସୁଟିଂ କୋରାପୁଟରେ ଚାଲିଛି  ।

MAHESH BABU

Photograph: (KanakNews )

କନକବ୍ୟୁରୋ : କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି । ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ସୁଟିଂ କୋରାପୁଟରେ ଚାଲିଛି  ।   କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସୁଟିଂ ସେଟରେ ଏକ ଆକ୍ସନ ଦୃଶ୍ୟ ସୁଟ କରୁଥିବାର ନଜର ଆସିଛି । ତାଲାମାଲିରେ ମହେଶ ବାବୁଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି   ।

ହେଲେ ସୁରକ୍ଷା କଡ଼ାକଡ଼ି ଥିବାରୁ ମହେଶ ବାବୁଙ୍କୁ ଦେଖିନପାରି ଲୋକ ନିରାଶ ହୋଇ ଫେରିଯାଉଛନ୍ତି ।  ଜିଲ୍ଲାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀରେ ବିଗ୍‌ ବଜେଟ ତେଲୁଗୁ ଫିଲ୍ମ ଏସ୍‌ଏସ୍‌ଏମ୍‌ବି-୨୯ର ଶୁଟିଂ ଆରମ୍ଭ ହୋଇଛି   ଜିଲ୍ଲା ପ୍ରଶାସନ ପକ୍ଷରୁ ଫିଲ୍ମ ସୁଟିଂ ପାଇଁ ସମସ୍ତ ପ୍ରକାର ସହାୟତା କରାଯାଉଛି  ।  ଫିଲ୍ମ ସୁଟିଂ ପାଇଁ ଏବେ କୋରାପୁଟରେ ତେଲଗୁ ଫିଲ୍ମର ସୁପରଷ୍ଟାର ମହେଶ ବାବୁ, ତାମିଲ୍ ଅଭିନେତା ପୃଥ୍ବୀରାଜ ଆସିଛନ୍ତି  ।  ଆଗକୁ ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୁଟିଂ ସେଟରେ ସାମିଲ ହେବେ ବୋଲି ସୂଚନା ମିଳିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe