କନକ ବ୍ୟୁରୋ: ୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ । ଟାସ୍କଫୋର୍ସର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ନେଇ ଏହି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ । ସେହିପରି ଏକ ଷ୍ଟାଚ୍ୟୁଟାରୀ କମିଟି ଗଠନ କରିବାକୁ ମଧ୍ୟ ଟାସ୍କଫୋର୍ସର ବୈଠକରେ ନିଷ୍ପତ୍ତି ନିଆଯାଇଛି । 

Advertisment

ତେବେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଟାସ୍କଫୋର୍ସର ପ୍ରଥମ ବୈଠକରେ ପ୍ରାଥମିକ ରୂପରେଖ ନେଇ ଆଲୋଚନା ହୋଇଛି । ବୈଠକରେ ଟାକ୍ସଫୋର୍ସ ବହୁତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରିଷଦର ରୂପରେଖ ନେଇ ବିଧାୟକ ଓ ସାଂସଦ ମାନେ ସେମାନଙ୍କର ମତାମତ ଦେଇଛନ୍ତି । ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ ୭ ଜିଲ୍ଲାକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ସେହି ସବୁ ଜିଲ୍ଲା ହେଉଛି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର । ଏହି ୭ ଟି ଜିଲ୍ଲାର ସବୁ ବ୍ଲକକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦରେ ସାମିଲ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । 

ତେବେ ଷ୍ଟାଚ୍ୟୁଟାରୀ କମିଟି ଗଠନ ହେବାର ଆବଶ୍ୟକତା ଥିବା ବୈଠକରେ ଆଲୋଚନା ହୋଇଛି । ତାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଷ୍ଟାଚ୍ୟୁଟାରୀ କମିଟି ଗଠନ ହେବ । ଯେଉଁମାନେ ଏହି ଟାସ୍କଫୋର୍ସରେ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟ ରେ ସାମିଲ କରାଯିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଦକ୍ଷିଣ ଓଡ଼ିଶାର ବିକାଶରେ ଏହି ପରିଷଦ ସହାୟକ ହେବ ବୋଲି କହିଛନ୍ତି ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।