କନକ ବ୍ୟୁରୋ: ଦକ୍ଷିଣଭାରତୀୟ ଫିଲ୍ମ ନିର୍ମାତାଙ୍କୁ ଆକୃଷ୍ଟ କରୁଛି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟର ଦେଓମାଳୀ । ଏହାର ମନୋରମ ପରିବଶକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଏବେ ଏହାର ଅନନ୍ୟ ସୌନ୍ଦର୍ଯ୍ୟରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକର୍ଷିତ କରିଛି । ଏବେ କୋରାପୁଟ ସେମିଳିଗୁଡାର ତାଲାମାଲି ଏସ୍ଏସ୍ଏମ୍ବି-୨୯ର ସୁଟିଂ ଚାଲିଛି । ଜଣାଶୁଣା ଫିଲ୍ମ ନିର୍ମାତା ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ କରୁଛନ୍ତି ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଓ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା । ସୁଟିଂ ପାଇଁ ଦେଓମାଳୀର ଏକ କଟେଜରେ ରହୁଛନ୍ତି ଏସ୍ଏସ୍ଏମ୍ବି-୨୯ର ଟିମ୍ ।
ମାର୍ଚ୍ଚ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଓମାଳୀର ସମସ୍ତ କଟେଜ ବୁକିଂ ରହିଛି । କଡ଼ା ସୁରକ୍ଷା ଭିତରେ ଚାଲିଛି ଏହି ସୁଟିଂ । ସୁଟିଂ ସରିବାକୁ ଅଧିକ ଦିନ ଲାଗିଲେ କଟେଜ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସେମିଳିଗୁଡା ବନଖଣ୍ଡ ଅଧିକାରୀ ତ୍ରିପତି ପଣ୍ଡା । ଆଗକୁ କୋରାପୁଟରେ ଆଉ ଆହୁରି ଅଧିକ ବିଗ୍ ବଜେଟ୍ ଫିଲ୍ମର ସୁଟିଂ ହେବା ନେଇ ଆଶବାଦୀ ଅଛନ୍ତି କୋରାପୁଟ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/03/17/tnE7EdLahy1eQcjnExIw.jpg)