କନକବ୍ୟୁରୋ : ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ବିମାନରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ରନ୍ୱେରେ କ୍ରାସ୍ ହୋଇଯାଇଥିଲା ଯାତ୍ରୀବାହି ବିମାନ । ବିମାନରେ ୬ କ୍ରୁ ମେମ୍ବରଙ୍କ ସମେତ ୧୭୫ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ସମୟର ଏକ ଭିଡିଓ ବି ସାମ୍ନାକୁ ଆସିଛି । ରନୱେରେ ଲାଣ୍ଡିଂବେଳେ ବିମାନଟି କ୍ରାସ୍ ହୋଇ ଜଳି ଉଠୁଥିବା ଦେଖିବାକୁ ମିଳିଛି ଭିଡିଓରେ ।
ଏ ଦୃଶ୍ୟ ଏତେ ଭୟଙ୍କର ହୋଇଛି ଯେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକକ୍କୁ ଉତ୍ତର କୋରିଆ ଫେରୁଥିଲା ଏହି ବିମାନଟି । ସ୍ଥାନୀୟ ସମୟ ୯ଟା ୭ରେ ଏହା ମୁଆନ ବିମାନ ବନ୍ଦରରେ ଅବତରଣ କରୁଥିଲା । ହେଲେ ଅବତରଣବେଳେ ରନୱେରେ ବିମାନଟି ଖସି ପଡିଥିଲା। ଦ୍ରୁତବେଗରେ ଯାଇ ତାର ଜାଲରେ ପିଟି ହୋଇ ଭୟଙ୍କର ବିସ୍ଫୋରଣ ହୋଇଥିଲା ।
ସ୍ଥାନୀୟ ଖବର ସରବରାହ ସଂସ୍ଥା ୟୋନ୍ହାପ୍ର ସୂଚନା ଅନୁସାରେ ବିମାନରେ ୧୭୩ ଦକ୍ଷିଣ କୋରିଆ ଯାତ୍ରୀ ଆଉ ୨ ଥାଇଲାଣ୍ଡ ଚାଷୀ ଥିଲେ । ବିମାନର ଲ୍ୟାଣ୍ଡିଂ ବେଳେ ଚଢେଇ ମାଡ଼ ହୋଇ ଗିଅରରେ ତ୍ରୁଟି ହୋଇଥିଲା। ଯାହାଫଳରେ ରନ୍ୱେରେ ଭୁଲ ଦିଗରେ ଚାଲିଯାଇଥିଲା ବିମାନଟି। ଆଉ ତାର ଜାଲରେ ଯାଇ ପିଟି ହୋଇଥିଲା ।
--