କନକ ବ୍ୟୁରୋ : କୋଲକାତାର ପ୍ରତିଷ୍ଠିତ ଲ’ କଲେଜରେ ଗଣଦୁଷ୍କର୍ମ । ଏହି ଘଟଣା ଜୁନ୍ ୨୫ ତାରିଖରେ ଘଟିଛି । ପୀଡିତାଙ୍କ ଅଭିଯୋଗ ଆଧାରରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିଛି ପୁଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବ ଛାତ୍ର ଯିଏ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଏବଂ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ଜିଲ୍ଲା ମହାସଚିବ  । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ଯାଞ୍ଚ କରୁଥିବା କହିଛି ।

Advertisment

ସୂଚନା ଅନୁସାରେ, କୋଲକାତାର ପ୍ରତିଷ୍ଠିତ ସାଉଥ୍ କୋଲକାତା ଲ’ କଲେଜ କ୍ୟାମ୍ପସ  ପରିସରରେ  ୨୫ ତାରିଖ ସନ୍ଧ୍ୟା ପାଖାପାଖିରୁ ସାଢ଼େ ୭ଟାରୁ ୧୦ଟା ୫୦ ମଧ୍ୟରେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଛି । ଘଟଣାର ପ୍ରଥମ ଅଭିଯୁକ୍ତ ୩୧ ବର୍ଷୀୟ ମଣୋଜିତ୍ ମିଶ୍ରା, ଯିଏ ଏବେ ଟିଏମସି ଛାତ୍ର ସଂସଦ ନେତା , ଦ୍ବିତୀୟ ଅଭିଯୁକ୍ତ ୧୯ ବର୍ଷୀୟ ପ୍ରଥମ ବର୍ଷ ଛାତ୍ର । ଅନ୍ୟ ଅଭିଯୁକ୍ତ ପ୍ରମିତ ମୁଖାର୍ଜୀ । ପୀଡିତାଙ୍କ କହିବା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ହେଲେ ଏହାକୁ ଛାତ୍ରୀ ପ୍ରତ୍ୟାଖ୍ୟାନ କରିବାରୁ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି ।