କନକ ବ୍ୟୁରୋ : ଅନ୍ଧାକାନୁନରୁ ରୋବଟ୍ । ରୋବଟ୍ରୁ, କୁଲି । ମହାନାୟକଙ୍କର ମହାଇନିଂସ । ବ୍ୟକ୍ତିତ୍ବ ଯେତିକି ସରଳ, ଅଭିନୟ ସେତିକି ଶାଣିତ । କୁହାଯାଏ, ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ଼ କ୍ରାଉଡ୍ ପୁଲର । କାହାଣୀ, ଚିତ୍ରନାଟ୍ୟ, ସଂଗୀତ ଏ ସବୁଠାରୁ ଉପରେ ମହାନାୟକଙ୍କର ଗୋଟିଏ ଫଟୋ କାଫି ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ ।
ରଜନୀକାନ୍ତ, ସିନେ ଜଗତର ସୁପରଷ୍ଟାର । ଭର୍ସାଟାଇଲ । ଯୁବପିଢ଼ିଙ୍କର ସେ ରୋଲ୍ ମଡେଲ୍ । ତାଙ୍କଠାରୁ ଷ୍ଟାଇଲ ଶିଖନ୍ତି ସିନେପ୍ରେମୀ । ସେ ଚଷମା ପିନ୍ଧିବା ହେଉ ବା ସିଗାରେଟ୍ ଲଗାଇବା । ସବୁ ଯେମିତି ତାଙ୍କ କପିରାଇଟ୍ । ବସ୍ କଣ୍ଡକ୍ଟରରୁ କଣ୍ଟେଣ୍ଟ କ୍ରିଏଟର । ଯେଉଁଠି ଠିଆ ହୁଅନ୍ତି ସେହିଠାରେ ସୃଷ୍ଟି ହୁଏ ଇତିହାସ । ବ୍ୟକ୍ତିତ୍ବ ଯେତିକି ବଳିଷ୍ଠ , ସ୍ବଭାବ ସେତିକି ନମ୍ର । ଫିଲ୍ମ ଦୁନିଆରେ ୫୦ ବର୍ଷର ଯାତ୍ରା। ବେଙ୍ଗାଲୁରୁରେ ଜନ୍ମ । ଶିବାଜୀ ରାଓ ଗାଏକୱାଡରୁ ରଜନୀକାନ୍ତ ପର୍ଯ୍ୟନ୍ତ ଯାତ୍ରା । ଜଣେ ସାଧାରଣ ବସ୍ କଣ୍ଡକ୍ଟରରୁ କ୍ୟାରିୟର ଆରମ୍ଭ ହୁଏ । ଅଚାନକ ଜୀବନରେ ଆସେ ଏକ ଭିନ୍ନ ମୋଡ଼ । ୧୯୭୫ରେ କେ. ବାଲଚନ୍ଦରଙ୍କ ତାମିଲ ଚଳଚ୍ଚିତ୍ର ‘ଆପୂର୍ବ ରାଗଙ୍ଗଲ’ରେ ଅଫର ମିଳେ ।
ବାସ୍, ତା ପରେ ରଜନୀକାନ୍ତ ଆଉ ଅଟକନ୍ତିନି । ଆରମ୍ଭ ହୁଏ ରଜନୀ ଏରା, ଅବା ରଜନୀଙ୍କ ଯୁଗ । ୧୭୦ରୁ ଅଧିକ ଚଳଚ୍ଚିତ୍ର। ତାମିଲ, ହିନ୍ଦୀ, ତେଲୁଗୁ, କନ୍ନଡ଼ ଓ ମଲୟାଲମ ସିନେମାରେ ନିଜର ଛାପ ଛାଡ଼ିଛନ୍ତି। ରଜନୀଙ୍କ ଅଭିନୟ ଶୈଳୀ, ଚମତ୍କାର ସଂଳାପ ଓ ଆକର୍ଷଣୀୟ ବ୍ୟକ୍ତିତ୍ଵ ତାଙ୍କୁ ଦେଶ ତଥା ବିଦେଶରେ ଲୋକପ୍ରିୟ କରିଛି। ଜାପାନରେ ତାଙ୍କ ଚଳଚ୍ଚିତ୍ର ‘ମୁତୁ’ ରେକର୍ଡ ସୃଷ୍ଟି କରିଥିଲା। ଜେଲର ଓ କୁଲି ଭଳି ଚଳଚ୍ଚିତ୍ର ତାଙ୍କର ଲୋକପ୍ରିୟତାକୁ ପୁଣି ଥରେ ପ୍ରମାଣ କରିଛି। ‘କୁଲି’ ଅଗଷ୍ଟ ୧୪ରେ ମୁକ୍ତିଲାଭ କରିଛି । ୭୪ ବର୍ଷରେ ସେ ଆଜି ବି ହିରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କମଲ ହାସନ, ମୋହନଲାଲ ଓ ହ୍ରିତିକ ରୋଶନଙ୍କ ପରି ତାରକାମାନେ ମଧ୍ୟ ରଜନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରଜନୀକାନ୍ତଙ୍କ ପ୍ରଶଂସକମାନେ ତାମିଲନାଡୁରେ ବ୍ୟାନର, ପୋଷ୍ଟର ଓ ସ୍ଵତନ୍ତ୍ର ପ୍ରଦର୍ଶନୀ ଜରିଆରେ ଏହି ଉତ୍ସବ ପାଳନ କରୁଛନ୍ତି। ଖାସ୍ କରି ଏତେ ବଡ଼ ଷ୍ଟାର ହେଲେ ବି ରଜନୀଙ୍କ ସ୍ବଭାବ, ନମ୍ରତା କାର୍ୟ୍ୟ ତାଙ୍କୁ ଲୋକଙ୍କ ହୃଦୟରେ ‘ଥାଲାଇଭାର’ କରିଛି ଅର୍ଥାତ ଲୋକଙ୍କ ହୃଦୟରେ ରଜନୀ ରାଜା ।