କନକ ବ୍ୟୁରୋ : ଅଭିନେତ୍ରୀ ରାନ୍ୟା ରାଓଙ୍କ ଅଡୁଆ କମିବାର ନାଁ ନେଉନି । ସୁନା ଚୋରା ଚାଲାଣ ଓ ଅର୍ଥ ହେରଫେର ମାମଲାରେ ଇଡି ଏବେ ତାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ପାଖାପାଖି ୩୪.୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । 

Advertisment

ଇଡି ତରଫରୁ ବେଙ୍ଗାଲୁରୁ, ତୁମକୁର ଠାରେ ଥିବା ରାନ୍ୟା ରାଓ ଓ ତାଙ୍କ ସହଯୋଗୀଙ୍କ ସମ୍ପତ୍ତି ଜବତ କରିଛି । ଏଥିରେ କୁହାଯାଇଛି କି, ରାନ୍ୟା ରାଓ ଅପରାଧରେ ଯେତିକି ଅର୍ଥ ରୋଜଗାର କରିଥିଲେ ପାଖାପାଖି ସେତିକି ଅର୍ଥର ସମ୍ପତ୍ତି ଜବତ କରାଯାଇଛି । 

ରାନ୍ୟା ରାଓଙ୍କ ବିରୋଧରେ ସିବିଆଇ ନିକଟରେ ହୋଇଥିବା ଏକ ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିଲା । ଏହି ଅଭିଯୋଗ ମାର୍ଚ୍ଚ ୭ ତାରିଖ ୨୦୨୫ ରେ ପଞ୍ଜିକୃତ ହୋଇଥିଲା । ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ତରଫରୁ ଏହି ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ବିମାନବନ୍ଦରରୁ ଦୁଇଜଣ ବିଦେଶୀ ନାଗରିକଙ୍କ ଠାରୁ ପାଖାପାଖି ୨୧.୨୮ କିଲୋ ସୁନା ଜବତ କରାଯାଇଥିଲା  । ଏହି ସୁନାର ମୂଲ୍ୟ ୧୮.୯୨ କୋଟି ଟଙ୍କା ଥିଲା ।

ଏହାର କିଛିଦିନ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ଡିଆରଆଇ ବେଙ୍ଗାଲୁରୁ କେମ୍ପାଗୌଡା ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ୧୪.୨ କିଲୋ ୨୪ କ୍ୟାରେଟ୍ ଫରେନ ଅରଜିନାଲ ଗୋଲ୍ଡ ଜବତ କରାଯାଇଥିଲା । ଏହାପରେ ରାନ୍ୟା ରାଓଙ୍କ ବାସଭବନରେ ଚଢାଉ କରାଯାଇ ୨.୬୭ କୋଟି ନଗଦ ଟଙ୍କା ୨.୦୬ କୋଟିର ସୁନା ଗହଣା ଜବତ କରାଯାଇଥିଲା ।