ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ଗୁଳିମାଡ଼ ; ଦୁବାଇ ପଳାଇବାକୁ ପ୍ରାଇଭେଟ୍ ଜେଟ୍ ପ୍ରସ୍ତୁତ

ନେପାଳରେ ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟିବା ପରେ ବି ଥମୁନି ହିଂସା । ବିଦ୍ରୋହୀ ସଂସଦ ଘେରିବା ସହ ଏପଟେ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିବା ଖବର ଆସୁଛି ।

37

କନକ ବ୍ୟୁରୋ: ନେପାଳରେ ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟିବା ପରେ ବି ଥମୁନି ହିଂସା । ବିଦ୍ରୋହୀ ସଂସଦ ଘେରିବା ସହ ଏପଟେ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିବା ଖବର ଆସୁଛି । ଏଭଳି ସ୍ଥିତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶ ଛାଡ଼ି ଦୁବାଇ ପଳାଇଯିବାକୁ  ବାହାରିଲେଣି । ତାଙ୍କ ଦୁବାଇ ଉଡ଼ାଣ ପାଇଁ ପ୍ରାଇଭେଟ୍ ଜେଟ୍ ପ୍ରସ୍ତୁତ ହୋଇ ରହିଥିବା ଚର୍ଚ୍ଚା ହେଉଛି ।

ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀଙ୍କ ସହ ୩ କ୍ୟାବେିନେଟ୍ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାବେଳେ ପ୍ରଦର୍ଶନକାରୀଙ୍କ ବିତ୍ପାଦକୁ ଦେଖି କାଠମାଣ୍ଡୁ ରାଜରାସ୍ତାରେ ବ୍ୟାପକ ସେନା ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe