କନକ ବ୍ୟୁରୋ: ଆଫଗାନିସ୍ତାନ ପ୍ରତି କୋହଳ ମନୋଭାବ ଦେଖାଉଛି ଇରାନ । ଏବେ ଏମିତି କିଛି ଚର୍ଚ୍ଚା ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚା ।  କାରଣ ଆଜି ତାଲିବାନର ବରିଷ୍ଠ ଅଧିକାରୀ ଇରାନର ବିଦେଶ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । କୁହାଯାଉଛି ଏହି ବୈଠକରେ, ଦୁଇ ଦେଶ ମଧ୍ୟରେ ବନ୍ଧୁତା ବୃଦ୍ଧି ସହ ଆଫଗାନିସ୍ତାନର ଶରଣାର୍ଥୀଙ୍କୁ ଇରାନ ଶରଣ ସହ ସୀମାରେ ଚାଲିଥିଲା ଅଶାନ୍ତିକୁ ବନ୍ଦ କରିବା ଲାଗି ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି । କୁହାଯାଉଛି କି, ୨୦୧୭ ପରେ ଇରାନର କୌଣସି ବିଦେଶ ମନ୍ତ୍ରୀ ଆଫଗାନିସ୍ତାନ ଗସ୍ତରେ ଯାଇନାହାନ୍ତି । ୨୦୨୧ରେ ତାଲିବାନ ଆଫଗାନିସ୍ତାନକୁ ନିଜ କବଜ୍ଜାକୁ ନେବା ପରେ ଇରାନର ବିଦେଶ ମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ଏହି ଦ୍ବିପାକ୍ଷିକ ଆଲୋଚନାରେ ଉଭୟ ଦେଶ ଶରଣାର୍ଥୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ବି କରିଛନ୍ତି । ଇରାନ ନିଜର ୩୫ ଲକ୍ଷ ଶରଣାର୍ଥୀଙ୍କୁ ଫେରାଇ ନେବାକୁ ପ୍ରତିଶ୍ରୁତି ବି ଦେଇଛି । 

Advertisment

ଆଫଗାନିସ୍ତାନ ସରକାରଙ୍କ ଉପ-ପ୍ରବକ୍ତାଙ୍କ କହିବା ଅନୁସାରେ, ଇରାନର କୌଣସି ଉଦ୍ଦେଶ୍ୟ ନାହିଁ ଆଫଗାନିସ୍ତାନର ନିଜସ୍ବ ମାମଲାରେ ହସ୍ତକ୍ଷେପ କରିବାକୁ । ଉଭୟ ଦେଶ ଶାନ୍ତି ଓ ସହଭାଗିତାରେ ଆଗକୁ କାମ କରିକାବୁ ରାଜି ହୋଇଛି । 

ତାଲିବାନର ପିଏମ ଦେଲେ ଚେତାବନୀ

ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ପରେ ବଡ଼ ବୟାନ ଦେଇଛନ୍ତି ଆଫଗାନିସ୍ତାନ ଅନ୍ତରୀଣ ପ୍ରଧାନମନ୍ତ୍ରୀ । କହିଛନ୍ତି, ଯେଉଁମାନେ ଆମ ଦେଶରେ ବର୍ତ୍ତମାନ ଶରଣ ନେଇଛନ୍ତି ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରାଯିବ । ହେଲେ ଆମ ନାଗରିକଙ୍କ ସହ ଯେଉଁମାନେ ଅନ୍ୟାୟ କରିବେ ତାହାର ଦୃଢ ଜବାବ ବି ଦିଆଯିବ । 

ଇରାନ ଆଫଗାନିସ୍ତାନ ସମ୍ପର୍କରେ ପଡ଼ିଥିଲା ଭଟ୍ଟା

ଇରାନ ସହ ଆଫଗାନିସ୍ତାନର ସମ୍ପର୍କ ପୂର୍ବରୁ ମଧ୍ୟ ଭଲ ଥିଲା । ହେଲେ ଆଫଗାନିସ୍ତାନରେ ତାଲିବାନ ସରକାରକୁ ଗ୍ରହଣ କରିପାରୁନାହିଁ ଇରାନ । କିନ୍ତୁ ଏହା ପରେ ବି ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ରାଜିନାମା ରହିଛି । ଏମିତିକି ତେହରାନରେ ଆଫଗାନିସ୍ତାନକୁ ଦୂତାବାସ କରିବାକୁ ବି ଅନୁମତି ଦେଇଛି ଇରାନ । ମୋଟ୍‌ ଉପରେ ବିଗତ ଦିନରେ ଇରାନର କୌଣସି ମନ୍ତ୍ରୀ ଆଫଗାନିସ୍ତାନ ଗସ୍ତରେ ଯାଇନଥିଲେ । ହେଲେ ଏବେ ଇରାନର ବିଦେଶ ମନ୍ତ୍ରୀ ଆଫଗାନିସ୍ତାନ ଗସ୍ତରେ ଥିବା ବେଳେ ଚର୍ଚ୍ଚା ଜୋର ଧରିଛି ।

କୁହାଯାଉଛି କି, ତାଲିବାନ ସରକାରକୁ ଆସିବା ପରେ ପୁରା ବିଶ୍ବରେ ଏହାକୁ ଅନେକ ଦେଶ ବିରୋଧ କରିଥିଲେ । ତାଲିବାନର ଅତ୍ୟାଚାରରେ ଅନେକ ଆଫଗାନିସ୍ତାନୀ ପାକିସ୍ତାନ ଶରଣରେ ବି ପଶିଥିଲେ । ସେତେବେଳର ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । କିଛି ମାତ୍ରାରେ ସହାୟତା ବି ଦେଇଥିଲେ । ହେଲେ ଟ୍ରମ୍ପ କ୍ଷମତା ଦଖଲ କରିବା ପରେ ପୂର୍ବ ସରକାରର ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଥିଲେ । ଯାହାକୁ ନେଇ ଉଭୟ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଅବଶ୍ୟ ଏନେଇ ସରକାରୀ ଭାବରେ କୌଣସି ଦେଶ ପ୍ରତିକ୍ରିୟା ଦେଇନଥିଲେ କିନ୍ତୁ ସମ୍ପର୍କରେ ଭଟ୍ଟା ପଡିଥିବା ସ୍ପଷ୍ଟ ବାରି ହୋଇ ପଡୁଥିଲା । ଏବେ ଇରାନର ମନ୍ତ୍ରୀ ତାଲିବାନ ସରକାରଙ୍କ ସହ ଆଲୋଚନା କରିବା ପରେ ଉଭୟ ଦେଶ ମଧ୍ୟରେ ଚାଲିଥିଲା ଶୀତଳଯୁଦ୍ଧର ପରିସମାପ୍ତି ହେବ ବୋଲି ଆଶା କରାଯାଉଛି ।